ବ୍ୟୁରୋ :ଉତ୍ତର ଭାରତରେ ଖାଇବା ପାଇଂ ରୁଟି ତିଆରି କରିବା ପ୍ରତିଦିନର ଏକ କାର୍ଯ୍ୟ ଅଟେ । କିନ୍ତୁ ସମସ୍ତ ଘରେ ରୁଟି ତିଆରି କରିବାର ଶୈଳୀ ଭିନ୍ନ ଭିନ୍ନ ଅଟେ । କିଛି ଲୋକ ତାୱାରେ ରୁଟି ଅଧା ସେକିବା ପରେ ନିଆଁରେ ଦେଖାଇଥାନ୍ତି । ଆଉ କିଛି ଲୋକ ତାୱା ଉପରେ ରଖି ରୁଟି ସେକି ଥାନ୍ତି । ଅଧିକାଂଶ ଲୋକଙ୍କ କହିବା କଥା ଏପରି ଦୁଇ ପ୍ରକାରର ରୁଟି ତିଆରି କରି ଖାଇଲେ ଟେଷ୍ଟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଏବେ ଏବେ ରୁଟ ତିଆରି କରିବାକୁ ନେଇ ଏର ରିସର୍ଚ୍ଚ ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣଙ୍କ ହୋଶ ଉଡିଯିବ । ଏନଭାୟାରମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ଇଣ୍ଡକସନ କୁକର ଏବଂ ଏଲପିଜି ଗ୍ୟାସ ରେ ନାଇଟ୍ରୋଜେନ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ ପରି ବିପଦପୂର୍ଣ୍ଣ ଗ୍ୟାସ ବାହାରି ଥାଏ । ଡବ୍ଲ୍ୟୁଏଚଓ ଏହାକୁ ବିପଦପୂର୍ଣ୍ଣ ବୋଲି କହିଛି । ଏହାଯୋଗୁଁ ଶ୍ୱାସ ଜନିତ ରୋଗ ସହ ଅନେକ ବୀମାରି କ୍ୟାନ୍ସ ଏବଂ ହାର୍ଟ ଭଳି ରୋଗ ହେବାର ସମ୍ଭାବନା ରହିଛି । ଯେଉଁଥିରେ ଜଣେ ମଣିଷର ଜୀବନ ମଧ୍ୟ ଚାଲିଯାଇପାରେ । ନ୍ୟୁଟ୍ରିସନ ଆଣ୍ଡ କ୍ୟାନସର ଜର୍ଣ୍ଣାଲ ରେ ପ୍ରକାଶିତ ଅନ୍ୟ ଏକ ରିସର୍ଚ୍ଚରେ ଦାବୀ କରାଯାଇଛି କି , ଉଚ୍ଚ ତାପରେ ରୁଟି ସେକିବା ଦ୍ୱାରା ସେଥିରୁ କାର୍ସିନୋଜେନିକ୍ସ ବାହାରିଥାଏ । ଯାହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।
ଅଷ୍ଟ୍ରେଲିଆ ବୈଜ୍ଞାନିକ ଡ. ପାଲ ବ୍ରେଣ୍ଟ ଙ୍କ କହିବା ଅନୁସାରେ ଗ୍ୟାସ ଚୁଲ୍ଲାରେ ଲୋ ସିମ୍ ରେରୁଟି ସେକିବା ଦ୍ୱାରା କାର୍ସିନୋଜେନ୍ସ ବାହାରି ଥାଏ । ଯାହାକି ମଣିଷ ଶରୀର ପାଇଂ ଖତରନାକ ବୋଲି କୁହାଯାଏ । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହା କେତେ ଦୂର ସତ ତାହା ଏଯାଏଁ ଜଣା ପଡି ନାହିଁ ।କିନ୍ତୁ ଏହି କଥା ଲୋକଙ୍କୁ ଅନେକ ମାତ୍ରାରେ ଭୟଭୀତ କରୁଛି ।
ଆପଣ ଯଦି ଏହି ଉପାୟରେ କରୁଛନ୍ତି ରୁଟି , ତେବେ ହୋଇପାରେ କ୍ୟାନ୍ସର ? ନୂଆ ରିସର୍ଚ୍ଚ ଲୋକଙ୍କୁ ଡରାଇଲାଣି !
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











