ବ୍ୟୁରୋ :ଉତ୍ତର ଭାରତରେ ଖାଇବା ପାଇଂ ରୁଟି ତିଆରି କରିବା ପ୍ରତିଦିନର ଏକ କାର୍ଯ୍ୟ ଅଟେ । କିନ୍ତୁ ସମସ୍ତ ଘରେ ରୁଟି ତିଆରି କରିବାର ଶୈଳୀ ଭିନ୍ନ ଭିନ୍ନ ଅଟେ । କିଛି ଲୋକ ତାୱାରେ ରୁଟି ଅଧା ସେକିବା ପରେ ନିଆଁରେ ଦେଖାଇଥାନ୍ତି । ଆଉ କିଛି ଲୋକ ତାୱା ଉପରେ ରଖି ରୁଟି ସେକି ଥାନ୍ତି । ଅଧିକାଂଶ ଲୋକଙ୍କ କହିବା କଥା ଏପରି ଦୁଇ ପ୍ରକାରର ରୁଟି ତିଆରି କରି ଖାଇଲେ ଟେଷ୍ଟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଏବେ ଏବେ ରୁଟ ତିଆରି କରିବାକୁ ନେଇ ଏର ରିସର୍ଚ୍ଚ ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣଙ୍କ ହୋଶ ଉଡିଯିବ । ଏନଭାୟାରମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ଇଣ୍ଡକସନ କୁକର ଏବଂ ଏଲପିଜି ଗ୍ୟାସ ରେ ନାଇଟ୍ରୋଜେନ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ ପରି ବିପଦପୂର୍ଣ୍ଣ ଗ୍ୟାସ ବାହାରି ଥାଏ । ଡବ୍ଲ୍ୟୁଏଚଓ ଏହାକୁ ବିପଦପୂର୍ଣ୍ଣ ବୋଲି କହିଛି । ଏହାଯୋଗୁଁ ଶ୍ୱାସ ଜନିତ ରୋଗ ସହ ଅନେକ ବୀମାରି କ୍ୟାନ୍ସ ଏବଂ ହାର୍ଟ ଭଳି ରୋଗ ହେବାର ସମ୍ଭାବନା ରହିଛି । ଯେଉଁଥିରେ ଜଣେ ମଣିଷର ଜୀବନ ମଧ୍ୟ ଚାଲିଯାଇପାରେ । ନ୍ୟୁଟ୍ରିସନ ଆଣ୍ଡ କ୍ୟାନସର ଜର୍ଣ୍ଣାଲ ରେ ପ୍ରକାଶିତ ଅନ୍ୟ ଏକ ରିସର୍ଚ୍ଚରେ ଦାବୀ କରାଯାଇଛି କି , ଉଚ୍ଚ ତାପରେ ରୁଟି ସେକିବା ଦ୍ୱାରା ସେଥିରୁ କାର୍ସିନୋଜେନିକ୍ସ ବାହାରିଥାଏ । ଯାହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।
ଅଷ୍ଟ୍ରେଲିଆ ବୈଜ୍ଞାନିକ ଡ. ପାଲ ବ୍ରେଣ୍ଟ ଙ୍କ କହିବା ଅନୁସାରେ ଗ୍ୟାସ ଚୁଲ୍ଲାରେ ଲୋ ସିମ୍ ରେରୁଟି ସେକିବା ଦ୍ୱାରା କାର୍ସିନୋଜେନ୍ସ ବାହାରି ଥାଏ । ଯାହାକି ମଣିଷ ଶରୀର ପାଇଂ ଖତରନାକ ବୋଲି କୁହାଯାଏ । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହା କେତେ ଦୂର ସତ ତାହା ଏଯାଏଁ ଜଣା ପଡି ନାହିଁ ।କିନ୍ତୁ ଏହି କଥା ଲୋକଙ୍କୁ ଅନେକ ମାତ୍ରାରେ ଭୟଭୀତ କରୁଛି ।
ଆପଣ ଯଦି ଏହି ଉପାୟରେ କରୁଛନ୍ତି ରୁଟି , ତେବେ ହୋଇପାରେ କ୍ୟାନ୍ସର ? ନୂଆ ରିସର୍ଚ୍ଚ ଲୋକଙ୍କୁ ଡରାଇଲାଣି !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











