ବ୍ୟୁରୋ,୩ା୮: କିଡନୀ ବା ଯକୃତ ମଣିଷ ଶରୀରର ଏକ ଅବିଚ୍ଛେଦ ଅଙ୍ଗ । ଯାହା ଆପଣଙ୍କ ଶରୀରରେ ମଇଳା ସଫା କରିବାରେ କରିଥାଏ ଭରପୁର ସାହାଯ୍ୟ । ଖାଲି ସେତିକି ନୁହେଁ ରକ୍ତ ପରିସ୍କାର କରିବାରେ ଏହାର ଭୂମିକା ବେଶ୍ ପ୍ରଭାବଶାଳୀ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ କିଡନୀ ସଠିକ୍ ଭାବେ କାର୍ଯ୍ୟ ନକରେ ତେବେ ନାନା ରୋଗ ବେମାରୀ ଆଦି ଆପଣଙ୍କ ଶରୀରରକୁ ଧିରେ ଧିରେ କବଳିତ କରିଥାଏ । ସେଥିପାଇଁ କିଡନୀକୁ ସଫା ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣ କିଡନୀକୁ ସଫା ରଖିବାକୁ ଚାହାଁବନ୍ତି ତେବେ ଆପଣାନ୍ତୁ ଏପରି ବିଧି ।

କିପରି ସଫା ହେବ କିଡନୀ ?
ପୁଦିନା ଓ ଲେମ୍ବୁ ପାଣିର ବ୍ୟବହାର । ଲେମ୍ବୁ ଓ ପୁଦିନା ପ୍ରାୟ ଘରେ ଘରେ ପରିଚିତ । ଯାହା ମଧ୍ୟ ସହଜରେ ଉପଲବ୍ଧ । ଏକ ଗ୍ଲାସ୍ ପାଣି ନିଅନ୍ତୁ । ସେଥିରେ ଲେମ୍ବୁ ରସ, ପୁଦିନା ରସ ଓ କିଛି ଚିନି ମିଶାଇ ଭାଲ ଭାବେ ମିଶ୍ରଣ କରି ସେବନ କଲେ କିଡନୀ ସଫା ରହିଥାଏ ।

ନଡିଆ ସିକାଞ୍ଜୀର ବ୍ୟବହାର । କିଡନୀ ସଫା କରିବାରେ ନଡିଆ ସିକାଞ୍ଜିର ମଧ୍ୟ ପ୍ରମୁଖ ଭୂମିକା ରହିଛି । ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଏକ ଗ୍ଲାସରେ ନଡିଆ ପାଣି ନିଅନ୍ତୁ ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ଦେଖିବେ ଏହା ଚମତ୍କାରିତା ଖୁବ୍ ଶୀଘ୍ର ଉପଲବ୍ଧ କରିବେ ।

ମସାଲା ଲେମ୍ବୁ ପାଣିର ମଧ୍ୟ ରହିଛି ବେଶ ପ୍ରଭାବ । ବିଶେଷ ଭାବେ ମସାଲା ପ୍ରତି ବର୍ତ୍ତମାନ ବହୁ ଲୋକ ଆଗ୍ରହି । ତେବେ ମସାଲା ଲେମ୍ବୁ ପାଣି କହିଲେ ଏହା ବଜାରରେ ମଧ୍ୟ ଉପଲବ୍ଧ । ମାତ୍ର ଏହାକୁ ଆପଣ ଘରେ ପ୍ରସ୍ତୁତ କରନ୍ତୁ ଓ ପିଅନ୍ତୁ । ପ୍ରଥମେ ଏକ ଗ୍ଲାସ ପାଣି ନିଅନ୍ତୁ ସେଥିରେ ଲେମ୍ବୁ ରସ, ଜିରା-ଧନିଆ ପାଉଡର, ଚାଟ୍ ମସାଲା ଓ ସୋଡା ମିଶାଇ ଭଲ ଭାବେ ଫେଣ୍ଟି ନିଅନ୍ତୁ ଏହା ପରେ ଏହାକୁ ସେବନ କରନ୍ତୁ । କିଡନୀ ସଫା କରିବାରେ ଏହା ମଧ୍ୟ ଖୁବ୍ ଫଳପ୍ରଦ ହୋଇଥାଏ ।