ଆନ୍ଧ୍ରପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ନାଇଟ୍ରିକ୍ ଏସିଡ୍ ପାଇଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଆହତଙ୍କ ମଧ୍ୟରେ କେତେ ଜଣ ଗୁରୁତର ରହିଥିବା କୁହାଯାଉଛି । ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଘଟଣାର ଯାଞ୍ଚ କରାଯାଉଛି । ମିଡିଆ ରିପୋର୍ଟ ଅନୁସାରେ, ସମସ୍ତ ମୃତକ ବିହାରର ବାସିନ୍ଦା ହୋଇଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶ ସରକାର ସମସ୍ତ ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କପ ୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତି ୨ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।
Views: 237