ଭୁବନେଶ୍ୱର : ଆଦିବାସୀଙ୍କୁ ପକ୍କା ଘର ମୈାଳିକ ସୁବିଧା ଦେବେ ମୋଦି ସରକାର । ସୂଚନା ଦେଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।ଏବେବି ଅନେକ ଆଦିମ ଜନଜାତି ମୈାଳିକ ସୁବିଧାରୁ ବଞ୍ଚିତ । ଜନଜାତିଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପକ୍କା ଘର, ଗମନାଗମନ ସହ ମୈାଳିକ ସୁବିଧା ଦିଆଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ୯ଟି ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ କିଛି ଦିନ ପୂର୍ବରୁ ଆଦିବାସୀ ବ୍ୟାପାର ବିଭାଗ ଅନ୍ୟ ୯ଟି ବିଭାଗ ସହ ମିଶି ୱାର୍କସପ କରିଥିଲେ । ଯେଉଁଠି ଆଦିବାସୀ ମନେ ବସବାସ କରୁଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଘର କରି ପାରିବେ । ବିଭିନ୍ନ କଟକଣାକୁ ଦୂର କରି କେମିତି ଆଦିମ ଆଦିବାସୀ ମାନଙ୍କୁ ପକ୍କା ଘର ମିଳିପାରିବ ସେଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ।
Views: 86











