The Ultimate Managed Hosting Platform
ADVERTISEMENT

ଆତ୍ମସମର୍ପଣ କରିପାରନ୍ତି ଅତିକର ପତ୍ନୀ ଶାଇସ୍ତା ପରୱୀନ

Facebook
Twitter
LinkedIn

ପ୍ରୟାଗରାଜ: ଆତ୍ମସମର୍ପଣ କରିବେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ପତ୍ନୀ ଶାଇସ୍ତା ପରୱୀନ । ଗତ ସପ୍ତାହରେ ତାଙ୍କ ପୁଅ ଅସଦର ଏନକାଉଣ୍ଟର କରାଯାଇଥିଲା ଏବଂ ଏହାପରେ ଶନିବାର ରାତିରେ ସ୍ୱାମୀ ଅହମଦ ଏବଂ ଦିଅର ଅସରଫକୁ ପୋଲିସ ସୁରକ୍ଷାରେ ହତ୍ୟା କରାଯାଇଥିଲା । ଶାଇସ୍ତା ପରୱୀନ ପୁଅ, ସ୍ୱାମୀ ଏବଂ ଦିଅରଙ୍କ ଚେହେରା ଶେଷଥର ପାଇଁ ମଧ୍ୟ ଦେଖିବାକୁ ଆସିନଥିଲେ । ମଡିଆ ରିପୋର୍ଟସ ମୁତାବକ ଶାଇସ୍ତା ପରୱୀନଙ୍କ ଆତ୍ମସମର୍ପଣର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଜିଲ୍ଲାରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି । ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ଶାଇସ୍ତା ପରୱୀନଙ୍କ ନାଁ ରୁଜୁ ଅଛି ଏବଂ ସେ ବର୍ତ୍ତମାନ ଫେରାର ଅଛନ୍ତି । ଶାଇସ୍ତା ପରୱୀନଙ୍କ ନାଁରେ ବର୍ତ୍ତମାନ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login