The Ultimate Managed Hosting Platform
ADVERTISEMENT

ଆତସବାଜୀ ଇଫେକ୍ଟ: ଦିଲ୍ଳୀର ଅନେକ ସ୍ଥାନରେ ୧୦ ଗୁଣା ପ୍ରଦୂଷିତ ହେଲା ବାୟୁ

Facebook
Twitter
LinkedIn

ଭାରିପଡ଼ିଲା ଦୀପାବଳିରେ ଦିଲ୍ଳୀବାସୀଙ୍କ ବାଣ ଫୁଟାଇବା । କାରଣ ଦୀପାବଳିରେ ଦିଲ୍ଳୀ-ଏନସିଆରରେ ଲୋକଙ୍କ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣ ଅଧିକ ବଢ଼ିଛି। ବାଣଫୁଟାଇବା କାରଣରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି। ବିଭିନ୍ନ ସ୍ତରରେ ପ୍ରଦୂଷଣର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଆଉ ଏବେ ଦୀପାବଳିରେ ଦିଲ୍ଲୀରେ ପ୍ରଦୂଷଣକୁ ପୂର୍ବରୁ କରାଯାଇଥିବା ଅନୁମାନ ସତ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁମାନ ସୂଚକାଙ୍କ ବିପଜ୍ଜନକ ଶ୍ରେଣୀରେ ରହିଛି।

ପ୍ରଦୂଷଣ କାରଣରୁ ଦିଲ୍ଳୀର ବାୟୁ ପୂର୍ବରୁ ଦୂଷିତ ଥିଲ। ଦୀପାବଳି ସନ୍ଧ୍ୟାରେ ପ୍ରଦୂଷଣ ସ୍ତର ବଢ଼ିବା ଆରମ୍ଭ ହୋଇଥିଲା। ନୋଏଡା ଏବଂ ଗୁରୁଗ୍ରାମରେ ଅବସ୍ଥା ଶୋଚନୀୟ ରହିଛି। ଦିଲ୍ଲୀ-ନୋଏଡାରେ ଦୀପାବଳି ସନ୍ଧ୍ୟାରେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଥିଲା। ଦିଲ୍ଳୀରେ ବାୟୁମାନ ସୂଚକାଙ୍କ ୩୨୩ ନୋଏଡାରେ ୩୪୨ ରହିଥିଲା। ଦିଲ୍ଳୀରେ କିଛି ଅଞ୍ଚଳରେ ଏହା ୪୦୦ ପାର୍ କରିଥିଲା।

ବାଣ ଫୁଟାଇବା ପାଇଁ କରାଯାଇଥିବା ନିୟମ ପରେ ବି ସନ୍ଧ୍ୟା ହେବା ମାତ୍ରେ ଦିଲ୍ଳୀର ବିଭିନ୍ନ ଅଞ୍ଚଳରେ ଲୋକମାନେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଅନେକ ଲାକ ଧୂଆଁ କାରଣରୁ ଆଖିରେ ଜଳାପୋଡ଼ା ନେଇ ଅଭିଯୋଗ କରିଥିଲେ। ଦକ୍ଷିର ଦିଲ୍ଲୀର ଇଷ୍ଟ ଅଫ୍ କୈଲାଶ, ନେହରୁ, ପ୍ଲେସ, ମୂଲଚନ୍ଦ ସହ ଅନ୍ୟ ଅଞ୍ଚଳରେ ସନ୍ଧ୍ୟାରୁ ହିଁ ବାଣ ଫୁଟା ଆରମ୍ଭ ହୋଇଯାଇଥିଲା। ପୂର୍ବ ଏବଂ ଉତ୍ତର ପୂର୍ବ ଦିଲ୍ଳୀର ଲକ୍ଷ୍ମୀ ନଗର, ମୟୂର ବିହାର, ଶାହଦରା, ଯମୁନା ବିହାର ସମେତ ଅନେକ ଅଞ୍ଚଳରେ ଏହି ସ୍ଥିତି ରହିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login