ସମ୍ବଲପୁର : ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ସମ୍ବଲପୁର ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯିବ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଚାଷୀ । ପୁରା ସହରରେ ପିକେଟିଂ କରି ଦୋକାନ ବଜାର, ଗାଡି ମୋଟର ଚଳାଚଳ ସବୁ ବନ୍ଦ କରାଯାଇଛି କ୍ଷ ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକ ବାଦ୍ ଦିଆଯାଇଛି । ଜରୁରୀକାଳୀନ ସେବାକୁ ଛାଡି ଦେଲେ ଠପ୍ ହୋଇଯାଇଛି ସାରା ସହର । ଗାଡ଼ି ମୋଟର ଚଳାଚଳ ବନ୍ଦ । ବନ୍ଦକୁ ସହରର ବିଭିନ୍ନ ସଙ୍ଗଠନ ସହ ବିଜେଡି ଓ କଂଗ୍ରେସ କର୍ମୀ ସମର୍ଥନ କରିବା ସହ ବନ୍ଦରେ ସାମିଲ ହେଇଛନ୍ତି କ୍ଷ
Views: 68











