ପୁରୀ : ଜନ୍ମବେଦୀରେ ଲୀଳା ସାରି ଫେରିଲେ ମହାବାହୁ । ଗତକାଲି ବାହୁଡ଼ା ଯାତ୍ରାରେ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର । ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ । କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ହେଉଥିବା ବେଳେ । ମନ୍ଦିର ଭିତରେ ୩ ଥର ଏବ ମନ୍ଦିର ବାହାରେ ଥରୁଟିଏ ହୋଇଥାଏ । ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ବିଶ୍ୱାସ ଅଛି । ସେଇଥିପାଇଁ ଦର୍ଶନ କରିବାକୁ ବଡଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଥାଏ ।ଶ୍ରୀପୟର, କିରିଟ, ଶ୍ରୀଭୁଜ(ହାତ), ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ(କାନ ଫୁଲ), କମରପଟି, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକାରେ ସଜେଇ ହୁଅନ୍ତି ।ଆସନ୍ତାକାଲି ଅଧରପଣା ପରେ ମଙ୍ଗଳବାର ନୀଳାଦ୍ରିବିଜେ। ନୀଳକନ୍ଦରକୁ ଫେରିବେ ମହାବାହୁ । ସିଂହଦ୍ବାର ଆଗରେ ତିନିରଥ ।
ଆଜି ସୁନାବେଶ ; ମହଣ ମହଣ ସୁନା ପିନ୍ଧି ଦର୍ଶନ ଦେବେ ତିନି ଠାକୁର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











