The Ultimate Managed Hosting Platform
ADVERTISEMENT

ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି କରୁଛନ୍ତି ଓଷା

Facebook
Twitter
LinkedIn

ଭୁବନେଶ୍ୱର : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରର ପରମ୍ପରା ଅନୁସାରେ ଆଜିର ଦିନରେ ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି। ଆଉ ଏହା କାହିଁ କୋଉ କାଳରୁ ଚାଲି ଆସୁଛି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମାଆ ସାବିତ୍ରୀ। ମହିଳାମାନେ ମନ୍ଦିରରେ ମାଆ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି। ନୂଆ ଶାଢି, ନାଲି ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ପୂଜା କରିଥାନ୍ତି। ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ ତାହା ଏହି ବ୍ରତର ମହତ୍ତ୍ୱ। ଆଜି ସାବିତ୍ରୀ ବ୍ରତ ପାଇଁ ବଢି ଭୋରରୁ ସମସ୍ତ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ଭୋରରୁ ମନ୍ଦିର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଚାଲିଛି। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସଧବା ନାରୀ ମାନେ ମନ୍ଦିରରେ ନୂଆ ଶାଢୀ ପୂଜା କରି ଆଣିବା ପରେ ତାକୁ ପରିଧାନ କରିଥାନ୍ତି । ଆଜି ଉପବାସରେ ରହି ସ୍ୱାମୀଙ୍କ ମଙ୍ଗଳ କାମନା କରିଥାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login