The Ultimate Managed Hosting Platform
ADVERTISEMENT

ଆଜି ସରିବ ପୌର ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ :ଏବେ ଯାଏଁ ଏନେଇ ଘୋଷଣା ହୋଇନି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା

Facebook
Twitter
LinkedIn

ଭୁବନେଶ୍ୱର : ପୌର ନିର୍ବାଚନର ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ । କିନ୍ତୁ ଏଯାଏ ପ୍ରମୁଖ ୩ ଦଳ ସବୁ ସ୍ଥାନରେ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି ।

ତେବେ ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଜାରି କରିନାହାନ୍ତି । ଫଳରେ ବିନା ଟିକେଟରେ ଅନେକ ଆଶାୟୀ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଦେଇଛନ୍ତି। କିନ୍ତୁ ସେମାନଙ୍କ ଶୋଭାଯାତ୍ରାରେ ଦଳୀୟ ପତାକା ଲାଗୁଛି ଓ ଦଳୀୟ କର୍ମୀ ସେଥିରେ ସାମିଲ ହେଉଛନ୍ତି। ୩ ମହାନଗର ପାଇଁ ୩ ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୂଡାନ୍ତ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀ ଆଜି ଶେଷେ ଦିନରେ ନାମାଙ୍କନ ଦାଖଲ କରିବେ ।
ସେହିପରି ଭୁବନେଶ୍ୱର ପାଇଁ ଏଯାଏ ୧୩୦ ଜଣ କର୍ପୋରେଟର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେୟର ପଦ ପାଇଁ ୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ରବିବାର ଆଉ ୭ ଟି ଫର୍ମ ବିକ୍ରି ହୋଇଥିବା ଜଣାପଡିଛି । ସୋମବାର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିଲେ ବି ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ଦଳୀୟ ଟିକେଟ୍ ଦାଖଲ କରିପାରିବେ। ଟିକେଟ୍ ଦାଖଲ ନ କଲେ ସେମାନଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ। ଆଜି ପ୍ରାର୍ଥିପତ୍ର ଦାଖଲ ସରିବା ସହ ତିନି ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ। ଏହା ପରେ ୱାର୍ଡ ସ୍ତରରେ ରାଜନୀତି ସରଗରମ ହେବ। ପୌର ନିର୍ବାଚନର ମୈଦାନକୁ ଓହ୍ଲାଇବେ ପ୍ରାର୍ଥି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login