The Ultimate Managed Hosting Platform
ADVERTISEMENT

ଆଜି ସମ୍ବଲପୁର-ଝାରସୁଗୁଡା ମେମୁ ବାତିଲ

Facebook
Twitter
LinkedIn

ସମ୍ବଲପୁର : ଆଜି ଗଡିବନି ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନ । କାଲିର ଦୁର୍ଘଟଣା ପରେ ଦିନକ ପାଇଁ ମେମୁ ଟ୍ରେନ ବାତିଲ । ଏ ନେଇ ସମ୍ବଲପୁର ରେଲ୍ ଡିଭିଜନ ପକ୍ଷରୁ ସୂଚନା । ଗତକାଲି ହୋଇଥିବା ଦୁର୍ଘଟଣା ପାଇଁ ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ ବାତିଲ ହୋଇଛି । ସରଲା-ସମ୍ବଲପୁର ସେକ୍ସନରେ ଅନ୍ୟ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ଟ୍ରେନ ସରଲା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏକ ମଇଁଷିକୁ ଧକ୍କା ଦେବା ପରେ ଧାରଣାରୁ ଖସି ଯାଇଥିଲା ମେମୁ ଟ୍ରେନ। ଟ୍ରେନରେ ପ୍ରାୟ ୨୦୦ ଜଣ ଯାତ୍ରୀ ଥିଲେ । ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ଘଟିନଥିଲା। ତେବେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗିକୁ ଟ୍ରାକକୁ ଉଠାଇବା ପରେ ଦୁର୍ଘଟଣାଗ୍ରସ୍ତ ଲାଇନଟି ସ୍ୱାଭାବିକ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login