ଭୁବନେଶ୍ୱର: ଗତକାଲି ଗୋଟିଏ ଦିନ ପାଗରେ ଟିକେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଆଜି ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରମୁଖ ସ୍ଥାନଗୁଡିକରେ ତାପମାତ୍ରା ଦିନ ସାଢେ ୨ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ରହିଛି। ଆଜି ୩୯.୬ ଡିଗ୍ରୀ ସହ ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଏଥି ସହିତ ଭୁବନେଶ୍ବରରେ ୩୯.୪ ଡିଗ୍ରୀ, ଝାରୁସୁଗୁଡାରେ ବି ତାପମାତ୍ରା ୩୯ ଡିଗ୍ରୀ ଅଛି । ବାଲେଶ୍ୱର, ସମ୍ବଲପୁର , ହୀରାକୁଦରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରହିଛି । ରାଉରକେଲାରେ ବି ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ ଅଛି । ଆଗକୁ ବି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Views: 72