The Ultimate Managed Hosting Platform
ADVERTISEMENT

ଆଜି ଶ୍ରୀ ମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Facebook
Twitter
LinkedIn

ପୁରୀ : ଆଜି ବୈଶାଖ –କୃଷ୍ଣ ଦ୍ୱାଦଶୀ ତିଥି ଅବସରରେ ଶ୍ରୀଜିଉ ମାନଙ୍କର ପଇତା ଲାଗି ନୀତି କରାଯିବ । ଏନେଇ ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ସନ୍ଧ୍ୟା ୬ଟାରୁ ୧୦ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜିଉଙ୍କ ଚନ୍ଦନର ସୁରକ୍ଷା ପାଇଁ ପଇତା ଲାଗି କରାଯାଏ । ଏହା ଗୁପ୍ତ ନୀତି ଯୋଗୁଁ ଦର୍ଶନ ବନ୍ଦ କରାଯାଇ ନୀତି କରାଯାଉଛି । ସେହିଭଳି ପଇତା ଲାଗି ନୀତି ପରେ ଠାକୁରଙ୍କ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ବ୍ୟବସ୍ଥା ଜାରି ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login