The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ରାଜେଶ ଖାନ୍ନାଙ୍କ ୮୦ତମ ଜନ୍ମଦିନ। ସେ ବଲିଉଡ୍‌କୁ ଦେଇଛନ୍ତି ଏକ ନୂଆ ଦିଗ। 

Facebook
Twitter
LinkedIn

ନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆଜି ଯଦି ଜୀବିତ ଥାଆନ୍ତେ ତେବେ ସେ ତାଙ୍କର ୮୦ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତେ। ରାଜେଶ ୧୯୪୨ ମସିହା ଆଜିର ଦିନରେ ପଞ୍ଜାବର ଅମୃତସର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନା’ ଥିଲା ଜତିନ୍ ଖାନ୍ନା କିନ୍ତୁ ମାମୁଁଙ୍କ ନିର୍ଦ୍ଦେଶରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନା’ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା।

ସୁପରଷ୍ଟାର ରାଜେଶ ଖାନ୍ନାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର ଆସୁଥିଲା। କେତେକ ଝିଅ ମଧ୍ୟ ତାଙ୍କ ଫଟୋକୁ ବିବାହ ମଧ୍ୟ କରିନେଇଥିଲେ।

ରାଜେଶ ଖାନ୍ନା ତାଙ୍କ ସମୟରେ ଅନେକ ହୀଟ ଫିଲ୍ମ ଦେଇଛନ୍ତି। ସେଥି ମଧ୍ୟରୁ ୧୫ଟି ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ସୁପରହିଟ୍ ହୋଇଥିଲା।ଏଥିମଧ୍ୟରେ ‘ସଚ୍ଚା ଝୁଠା’ ଏବଂ ‘ଆନନ୍ଦ’ ଭଳି ଚଳଚ୍ଚିତ୍ର ରହିଛି। ଏହି ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମିଳିଛି। ଏହି ଚଳଚ୍ଚିତ୍ରଗୁଡିକ ସୁପର୍‌ହିଟ୍ ହେବା ପରେ ତାଙ୍କୁ ସୁପରଷ୍ଟାର ମାନ୍ୟତା ମିଳିଗଲା। ରାଜେଶ ଖାନ୍ନା ମୋଟ ୧୮୦ ଟି ଚଳଚ୍ଚିତ୍ର ଏବଂ ୧୬୩ଟି ଫିଚର ଫିଲ୍ମରେ ଅଭିନୟ କରିଥିବା ବେଳେ ସେଥିମଧ୍ୟରୁ ୧୨୮ଟିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୨ଟି ଫିଲ୍ମରେ ତାଙ୍କୁ ଡବଲ୍ ରୋଲ୍ କରିବାର ଦେଖାଯାଏ। ଏହା ବ୍ୟତୀତ ସେ ୧୭ଟି କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ରାଜେଶ ଖାନ୍ନାଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେତେବେଳେ ପ୍ରଶଂସକମାନେ ତାଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ରାଜେଶଙ୍କ ନା’ ଏକ କ୍ରେଜ୍ ହୋଇଗଲା। ଯଦି ୧୯୬୯ ରୁ ୧୯୭୫ର ସମୟକୁ ଦେଖିବା ତେବେ ଏହି ସମୟରେ ଜନ୍ମ ହୋଇଥିବା ଅଧିକାଂଶ ପୁଅଙ୍କ ନାମ ‘ରାଜେଶ’।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login