ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ କରିବେ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବ। ସେଠୁ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନବୀନଙ୍କ ଝଲକ ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।
Views: 69