The Ultimate Managed Hosting Platform
ADVERTISEMENT

ଆଜି ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି

Facebook
Twitter
LinkedIn

ଭୁବନେଶ୍ୱର : ଆଜି ମହିଳା ଦିବସରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ପ୍ରାୟ ୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଟଙ୍କା । ଶେଷ ପର୍ଯ୍ୟାୟରେ ସାମିଲ ହିତାଧିକାରୀ ବି ପାଇବେ ଟଙ୍କା । ସବୁ ହିତାଧିକାରୀ ୫ ହଜାର ଲେଖାଏଁ ଟଙ୍କା ପାଇବେ । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଦ୍ୱିତୀୟ କିସ୍ତିର ଅର୍ଥ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ୟ୍ୟକ୍ରମରେ ସାମିଲ ହେବେ ପ୍ରାୟ ୨୫ ହଜାର ମହିଳା । ଏଥିରେ ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖ ଯୋଗ ଦେବେ । ଏହାପୂର୍ବରୁ ଗୁରୁବାର ଦିନ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟରେ ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କୁ ସହାୟତା ରାଶି ଦିଆଯାଇଛି। ଏହାକୁ ମିଶାଇ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login