ଭୁବନେଶ୍ୱର: ଆଜି ମାଙ୍କର ସପ୍ତମୀ ପୂଜା । ଧରାପୃଷ୍ଠକୁ ଓହ୍ଲାଇଆସିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଘଣ୍ଟ ଘଣ୍ଟା ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ଚର୍ତୁଦିଗ ପ୍ରକମ୍ପିତ । ମାଆ ଜଗଜ୍ଜନନୀ, ଦୁର୍ଗେ ଦୁର୍ଗତିନାଶିନୀ, କାତ୍ୟାୟିନୀ, ମହିଷାମର୍ଦ୍ଦିନୀଙ୍କ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଲଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜା ଆରମ୍ଭ ହେବ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ଚାରିଆଡ଼ । ରଙ୍ଗୀନ, ଚିକମିକ ଆଲୁଅ ଓ ସୁଉଚ୍ଚ ତୋରଣରେ ଆଖି ଲାଖି ଯାଉଛି । ଆଜି ମହାମାୟାଙ୍କ ମହାସପ୍ତମୀ । ରବିବାର ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ରହିଛି ।ସୋମବାର ମାଙ୍କର ନବମୀ ପୂଜାହେବାକୁ ଥିବା ବେଳେ ମଙ୍ଗଳବାର ହେଉଛି ଦଶହାର ।
ଆଜି ମା’ଙ୍କର ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











