ଭୁବନେଶ୍ୱର : ଆଜି ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିବ ମାଓ ସମୀକ୍ଷା ବୈଠକ । ଗୁଇନ୍ଦା ନିଦେ୍ର୍ଦଶକ, ଏଡିଜି ଅପରେସନ, ଏସଆଇଡବ୍ଲ୍ୟୁ ଡିଆଜି ଉପସ୍ଥିତ ରହିବେ । ୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସହ କେନ୍ଦୁଝର ଓ ବୈାଦ୍ଧ ଜିଲ୍ଲା ଏସପି ରହିବେ । ଓଡ଼ିଶାରେ ୧୧ଟି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ। କେକେବିଏନ୍ ଓ ନେଇନପୁରୀ ଡିଭିଜନ ଫୋକସରେ ରହିବ। ରାଜ୍ୟରେ ୯୦ ପ୍ରତିଶତ ମାଓବାଦୀ ଛତିଶଗଡର ।
ଓଡ଼ିଶାରେ ମାତ୍ର ୧୬ଜଣ ମାଓବାଦୀ ଅଛନ୍ତି । ଓଡ଼ିଶା ଜୋନାଲ କମିଟିର ନେତୃତ୍ବ ନେଉଛନ୍ତି ମୁରଲୀ ଓ ମୋଦମ୍ ବାଲା କ୍ରିଷ୍ଣା । ଛତିଶଗଡ ମାଓବାଦୀ କେକେବିଏନରେ ରହିଛନ୍ତି । ଏମାନଙ୍କ ମୁକାବିଲା ପାଇଁ ସ୍ବତନ୍ତ୍ର ଅତ୍ୟାଧୁନିକ ଡ୍ରୋନ ସାମିଲ ହେବ । ନାଇଟ୍ ଭିଜନ ବାଇନକୁଲାରରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରହିବ।
Views: 52