ନୂଆଦିଲ୍ଲୀ :ଏସିଆ କପରେ ଆଜି ହାଇଭୋଲଟେଜ ଲଢେଇ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ । ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନ ଏହି ମ୍ୟାଚ୍ ଉପରେ ନଜର ରଖିଛନ୍ତି । ଆଜି ଅପରାହ୍ଣ ୩ଟାରେ ଶ୍ରୀଲଙ୍କାର ପାଲକେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ପାକିସ୍ତାନକୁ ଧୂଳି ଚଟାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ।ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବା ଆଶଙ୍କା । ଭାରତର ବ୍ୟାଟିଂ ପାଓ୍ୱାର ହାଉସ୍ ସାଜିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା, ରନ୍ ମେସିନ୍ ବିରାଟ କୋହଲି, ବିସ୍ଫୋରକ ଓପନର ଶୁଭମନ୍ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା । ପାକିସ୍ତାନ ବିପକ୍ଷ ଓ୍ୱାନ ଡେରେ ରୋହିତ ଓ ବିରାଟ ଅଧିକ ରନ୍ କରିଛନ୍ତି । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବ । ଲୋକେଶ ରାହୁଲ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିପାରେ ।
ଆଜି ଭାରତ -ପାକ ଲଢେଇ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...