ନୂଆଦିଲ୍ଲୀ :ଏସିଆ କପରେ ଆଜି ହାଇଭୋଲଟେଜ ଲଢେଇ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ । ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନ ଏହି ମ୍ୟାଚ୍ ଉପରେ ନଜର ରଖିଛନ୍ତି । ଆଜି ଅପରାହ୍ଣ ୩ଟାରେ ଶ୍ରୀଲଙ୍କାର ପାଲକେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ପାକିସ୍ତାନକୁ ଧୂଳି ଚଟାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ।ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବା ଆଶଙ୍କା । ଭାରତର ବ୍ୟାଟିଂ ପାଓ୍ୱାର ହାଉସ୍ ସାଜିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା, ରନ୍ ମେସିନ୍ ବିରାଟ କୋହଲି, ବିସ୍ଫୋରକ ଓପନର ଶୁଭମନ୍ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା । ପାକିସ୍ତାନ ବିପକ୍ଷ ଓ୍ୱାନ ଡେରେ ରୋହିତ ଓ ବିରାଟ ଅଧିକ ରନ୍ କରିଛନ୍ତି । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବ । ଲୋକେଶ ରାହୁଲ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିପାରେ ।
ଆଜି ଭାରତ -ପାକ ଲଢେଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











