କଲମ୍ବୋ : ମହିଳା ଏକଦିବସୀୟ ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେସଦାସା ଷ୍ଟାଡିୟମରେ ମୁକାବିଲା ହେବ । ମୁକାବିଲା ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି କରିଛି। ନିଜ ପ୍ରଥମ ମ୍ୟାଚ୍ ଜିତି ଆତ୍ମବିଶ୍ବାସରେ ଭରପୂର ରହିଛି। ପାକିସ୍ତାନ କିନ୍ତୁ ପରାଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ତା’ ସହିତ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ହାରି କୌଣସି ଗୋଟିକୁ ନ ଜିତିବାର ଅପଯଶ ମଧ୍ୟ ଏହି ଦଳ ମୁଣ୍ଡରେ ରହିଛି। ଏଣୁ ଭାରତ ଏହି ମ୍ୟାଚ୍ରେ ମଧ୍ୟ ସମସ୍ତଙ୍କ ପସନ୍ଦର ଦଳ ଭାବେ ମଇଦାନକୁ ଓହ୍ଲାଇବ। ତେବେ ଦଳୀୟ ସନ୍ତୁଳନ, ବ୍ୟାଟିଂ, ବୋଲିଂ ତଥା କ୍ଷେତ୍ରରକ୍ଷଣ ଦକ୍ଷତାକୁ ଦେଖିଲେ ଭାରତ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଯେ ଢେର୍ ଶକ୍ତିଶାଳୀ, ସେଥିରେ ସନ୍ଦେହ ନାହିଁ। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୫୯ ରନ୍ (ଡି/ଏଲ୍)ରେ ହରାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପଡ଼ୋଶୀ ବାଂଲାଦେଶଠାରୁ ୭ ୱିକେଟ୍ରେ ପରାସ୍ତ ହୋଇଥିଲା।
ଆଜି ଭାରତ-ପାକିସ୍ତାନ ମୁକାବିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











