କଲମ୍ବୋ : ମହିଳା ଏକଦିବସୀୟ ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେସଦାସା ଷ୍ଟାଡିୟମରେ ମୁକାବିଲା ହେବ । ମୁକାବିଲା ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି କରିଛି। ନିଜ ପ୍ରଥମ ମ୍ୟାଚ୍ ଜିତି ଆତ୍ମବିଶ୍ବାସରେ ଭରପୂର ରହିଛି। ପାକିସ୍ତାନ କିନ୍ତୁ ପରାଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ତା’ ସହିତ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ହାରି କୌଣସି ଗୋଟିକୁ ନ ଜିତିବାର ଅପଯଶ ମଧ୍ୟ ଏହି ଦଳ ମୁଣ୍ଡରେ ରହିଛି। ଏଣୁ ଭାରତ ଏହି ମ୍ୟାଚ୍ରେ ମଧ୍ୟ ସମସ୍ତଙ୍କ ପସନ୍ଦର ଦଳ ଭାବେ ମଇଦାନକୁ ଓହ୍ଲାଇବ। ତେବେ ଦଳୀୟ ସନ୍ତୁଳନ, ବ୍ୟାଟିଂ, ବୋଲିଂ ତଥା କ୍ଷେତ୍ରରକ୍ଷଣ ଦକ୍ଷତାକୁ ଦେଖିଲେ ଭାରତ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଯେ ଢେର୍ ଶକ୍ତିଶାଳୀ, ସେଥିରେ ସନ୍ଦେହ ନାହିଁ। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୫୯ ରନ୍ (ଡି/ଏଲ୍)ରେ ହରାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପଡ଼ୋଶୀ ବାଂଲାଦେଶଠାରୁ ୭ ୱିକେଟ୍ରେ ପରାସ୍ତ ହୋଇଥିଲା।
ଆଜି ଭାରତ-ପାକିସ୍ତାନ ମୁକାବିଲା

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ
ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...
‘ବଣିକ’ ପଠାଇଥିଲା ପରୀକ୍ଷାର୍ଥୀ ; CB DSP
ଭୁବନେଶ୍ୱର : ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ରେଡ
ଭୁବନେଶ୍ୱର : 'ବଣିକ' କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ
କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...