ଭୁବନେଶ୍ୱର : ଓଡ଼ିଶାକୁ କଲବଲ କରୁଛି ଖରା । କେରଳକୁ ମୌସୁମୀ ଛୁଇଁଲାଣି ହେଲେ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ଆଜି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହିଟ୍ ୱେବ୍ ସହ ଉଷ୍ମ ରାତି ଓ ଉପକୂଳରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ଜାରି ରହିବ। ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀରକୁ ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ମଧ୍ୟ ରହିଛି ।
Views: 84











