ପୁରୀ : ଶ୍ରୀମନ୍ଦିର ନୀତି ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକ । ଆଜି ବି ବସିବ ନୀତି ସବକମିଟି ବୈଠକ । ସ୍ନାନଯାତ୍ରା , ରଥଯାତ୍ରା , ବାହୁଡା ନୀତିକାନ୍ତିର ହେବ ସମୟ ନିର୍ଘଣ୍ଟ । ନୀତି ବିଳମ୍ବ ୋଯଗୁଁ ବଡଦାଣ୍ଡରେ ଛଟପଟ ଭକ୍ତ । ଦ୍ୱାରଫିଟା ନୀତି ବିଳମ୍ବ ପରେ ଦର୍ଶନ ପାଇଁ ପ୍ରବଳ ଭିଡ । ଭିଡ ନିୟନ୍ତ୍ରଣ ପାଇଁ ଅତିରିକ୍ତ ୪ ପ୍ଲାଟୁନ ଫୋର୍ସ ମୁତୟନ । ଶ୍ରୀମନ୍ଦିର ନୀତତି ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକ । ଅପରାହ୍ନ ୫ଟାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିବେ। ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ୟ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ସେହିପରି ଆସନ୍ତା ଶୀତଳଷଷ୍ଠୀ, ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୁଡାନ୍ତ ଓ ଶୃଙ୍ଖଳିତ ନୀତିକାନ୍ତି କରିବା ନେଇ ହେବ ଆଲୋଚନା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ମଧ୍ୟ ବୈଠକରେ ହୋଇପାରେ ଆଲୋଚନା।
ଆଜି ବସିବ ଛତିଶା ନିଯୋଗ ବୈଠକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଚୀନ ଉପରେ ଆମେରିକାର ୧୦୦% ଟାରିଫ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ ବୋମା । ଚୀନ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ ।...
ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩
ଲମତାପୁଟ : କାର ହିଟର ଲଗାଇ ଶୋଇଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସମ୍ପୁର୍ଣ୍ଣ କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ...
ପଦ୍ମ ଧରିବେ ଜୟ ଢୋଲକିଆ !
ଭୁବନେଶ୍ୱର : ଆଜି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ...
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...