ପୁରୀ : ଆଜି ପବିତ୍ର ବଡ ଦିନ । ଏହି ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଲମ୍ବା ଲାଇନ ଲଗାଇଛନ୍ତି ହଜାର ହଜାର ଭକ୍ତ । ରାତି ଗୋଟାଏ ୪୦ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ହୋଇଛି । ଭୋର ୫ଟା ୩୦ ମିନିଟରେମଙ୍ଗଳ ଆଳତୀ କରାଯାଇ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସାନିଧ୍ୟ ଗ୍ରହଣ କରୁଛନ୍ତି ଶ୍ରଦ୍ଧାଳୁ ।ଡିସେମ୍ବର ୨୫ସୁଦ୍ଧା ଏସି ଟନେଲ ପୂର୍ଣ୍ଣ କାର୍ୟ୍ୟକ୍ଷମ ହେବା ନେଇ ଟାର୍ଗେଟ ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନଥିବାରୁ ପୁରୁଣା ବେରିକେଡ ଦେଇ ଜଗା ଦର୍ଶନ କରୁଛନ୍ତି ଭକ୍ତ ।
Views: 93











