ଭୁବନେଶ୍ୱର : ରାଜ୍ୟର ପେଟ୍ରୋଲ ପମ୍ପରେ ତେଲ ସଂକଟ ଆଶଙ୍କା । ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଞ୍ଜୟ ଲାଠଙ୍କ ପ୍ରତିକ୍ରିୟା । ଏବେକା ସ୍ଥିତିରେ ତେଲର ଅଭାବ ପରିଲକ୍ଷିତ ହୋଇ ନାହିଁ । ଆଜି ସୁଦ୍ଧା ଅଧିକ ତେଲ ନ ଆସିଲେ ସଂକଟ ଦେଖାଦେଇପାରେ ।କାଲି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ପମ୍ପ ଗୁଡିକରୁ ତେଲ କମିଯିବ । ତେଣୁ କାଲିଠୁ ରାଜ୍ୟରେ ତେଲ ସଂକଟ ଉପୁଜିପାରେ । ଆଜି ଡ୍ରାଇଭର ସଂଘର ଦାବି ପୂରଣ ହେବ ବୋଲି ଆଶା । ଗତକାଲି ଠାରୁ ଏହାର ପ୍ରଭାବ ଆରମ୍ଭ ହୋଇଗଲାଣି । ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପେଟ୍ରୋଲ ସରିଯିବା ଆଶଂକାରେ ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଛି । ପେଟ୍ରୋଲ ଟ୍ୟାଙ୍କର ନପହଞ୍ଚିଲେ, ଆଜିଠୁ ସଂକଟ ସୃଷ୍ଟି ହେବ ବୋଲି ଆଶଂକା ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।
ସେପଟେ ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖାଯାଇଛି ଅଚଳାବସ୍ଥା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଯାତ୍ରୀ । କେବଳ ସରକାରୀ ଯାତ୍ରୀବାହୀ ବସକୁ ଛାଡ଼ିଲେ ଆଉ କୌଣସି ବେସରକାରୀ ବସ ଚାଲୁନାହିଁ । କିଏ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛି ତ କିଏ ୫ ଟଙ୍କିଆ ମିଲ ଖାଇ ୩ ଦିନ ହେବ ଏଠାରେ ହିଁ ଅପେକ୍ଷା କରିଛନ୍ତି ।
ବ୍ରହ୍ମପୁରରେ ମଧ୍ୟ ପେଟ୍ରୋଲ ଟାଙ୍କିରେ ଲମ୍ବା ଧାଡ଼ି ଲାଗିଛି । ଗୋଟିଏ ପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ମଙ୍ଗଳବାର ଠାରୁ ଚାଲିଥିବା ବେଳେ ବୁଧବାର ଦେଶ ବ୍ୟାପୀ ଧର୍ମଘଟ ଯୋଗୁ ତାହାର ପ୍ରଭାବ ତେଲ ଟାଙ୍କି ଉପରେ ପଡିଛି । ତେଲ ବୋଝଇ ଗାଡି ଦୁଇ ଦିନ ଧରି ଆସି ନଥିବାରୁ ବ୍ରହ୍ମପୁର ସହରର ବହୁ ପେଟ୍ରୋଲ ପମ୍ପ ବୁଧବାର ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି । ତେବେ ଅଯୋଧ୍ୟା ନଗର ନିକଟ ପେଟ୍ରୋଲ ପମ୍ପରେ ତେଲ ଥିବାରୁ ଗାଡି ଗ୍ରାହକଙ୍କ ଭିଡ଼ ସେଠାରେ ଜମୁଛି ।ଆଜି ତୃତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହି ଆନ୍ଦୋଳନ ଜୀବନ ଯାତ୍ରାକୁ ଅଧିକରୁ ଅଧିକ ପ୍ରଭାବିତ କରିବାରେ ଲାଗିଛି । ଯାତ୍ରୀ ପରିବହନ ପରେ ଏବେ ସାଧାରଣ ଜନତାଙ୍କ ଯାତାୟାତ ଗମନାଗମନ ପ୍ରଭାବିତ ହେଉଛି । ଚାଲୁନି ଗାଡ଼ିମୋଟର । ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି । ସ୍ଥିତି ଜଟିଳ ହେଲାଣି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।
“ଆଜି ତେଲ ନ ଆସିଲେ କାଲିଠୁ ସଂକଟ”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











