ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ବାକି ରହିଛି ଆଉ ଦୁଇଟି ପର୍ୟ୍ୟାୟ । ତୃତୀୟ ପର୍ୟ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ଏଥିପାଇଁ ଆଜି ସରୁଛି ପ୍ରଚାର ।
ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଜଣ ହେଭିୱେଟ । ବିଜେପି ପ୍ରାର୍ଥୀ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରାପଡାର ୭ ବିଧାନସଭା ପ୍ରାର୍ଥୀ ସମାବେଶରେ ଯୋଗଦେବେ । ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଯୋଗୀ ଆଦିତ୍ୟନାଥ ଆଜି ମାହାଙ୍ଗାରେ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀ ସୁମନ୍ତ ଘଡ଼ାଇଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଯୋଗୀଙ୍କ ସଭା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଜେପି ନଡ୍ଡା କରଂଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ଜନସଭା କରିବାର କାର୍ୟ୍ୟକ୍ରମ ରହିଛି । ଆସାମ ମୁକ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମ୍ବଲପୁର, ଦେବଗଡ଼, ଚମ୍ପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ ।
ଆଜି ଓଡିଶା ଆସୁଛନ୍ତି ଯୋଗି, ନଡ୍ଡା ଓ ହିମନ୍ତ ବିଶ୍ୱଶର୍ମା, ଉତ୍ସାହିତ ବିଜେପି କର୍ମୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...