ଭୁବନେଶ୍ୱର : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର ଆଜି ପରୀକ୍ଷା । ରାଜ୍ୟର ୩୦୭ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୬୦ ହଜାର ଆଶାୟୀ ଶିକ୍ଷକ ଏହି ପରୀକ୍ଷା ଦେଉଛନ୍ତି। ଦୁଇଟା ଯାକ ପେପର୍ ପାଇଁ ଆଜି ପରୀକ୍ଷା ହେଉଛି । ପରୀକ୍ଷା ଆରମ୍ଭ ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଁଚି ସାରିଛି ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି । କଟକ ଓ ଭୁବନେଶ୍ୱରରେ ୩୨ଟି ଓଟିଇଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୮ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ପ୍ରଥମ ପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି। ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ପର୍ୟ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ଚାଲିବ। ଏଥିନିମନ୍ତେ ଗତ ୨୩ ତାରିଖଠାରୁ ଅନଲାଇନରେ ଆଡମିଟ କାର୍ଡ ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିଲା।
Views: 100











