The Ultimate Managed Hosting Platform
ADVERTISEMENT

ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍ । ଆସନ୍ତାକାଲି ପାକିସ୍ତାନ ସୁପ୍ରିମକୋର୍ଟରୁ ମିଳିଥିଲା ଆଶ୍ୱସ୍ତି । ଏହା ପରେ ସେ ଘରକୁ ଯାଇ ପାରିବେ । ତେବେ ଅତିବେଶିରେ ୧୦ ଜଣ ଲୋକଙ୍କ ସହ ମିଶିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁମତି ମିଳିଛି । ଗତକାଲି ଜେଲରୁ ମୁକୁଳିବା ପରେ ଇମ୍ରାନ ପୋଲିସ ହେପାଜତରେ ରାତି କଟାଇଛନ୍ତି । ଗତକାଲି ଇମ୍ରାନଙ୍କ ଗିରଫଦାରୀକୁ ରଦ୍ଦ କରିବା ସହ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ଇମ୍ରାନଙ୍କ ସମର୍ଥକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ଅଲ୍କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନଙ୍କୁ ଇସଲାମାବାଦ କୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏହାପରେ ଇମ୍ରାନଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ପୋଡ଼ାଜଳା କରିଥିଲେ । ତେବେ ସୁପ୍ରିମ୍ କୋର୍ଟ ତାଙ୍କୁ ଖଲାସ କରିଥିଲେ ମଧ୍ୟ ଶାହାବାଜ ସରିଫ ସରକାର ପୁଣି କୌଣସି ଆଳ ଦେଖାଇ ଇମ୍ରାନ୍ଙ୍କୁ ଗିରଫ କରି ପାରେ ବୋଲି ଚର୍ଚ୍ଚା ଚାଲିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login