ଭୁବନେଶ୍ୱର : ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ଷ ପୂର୍ତ୍ତି ଓ ଯୁବ ସମାବେଶ କାର୍ଯ୍ୟକ୍ରମରେ ସାମିଲ ହେବେ । ଯୁବ ସମାବେଶରେ ଜନସାଧାରଣଙ୍କୁ ଦେବେ ଉଦବୋଧନ । ଆସ୍କା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକଲ୍ୟରେ ଯୁବ ଶକ୍ତି ସମାବେଶ ଅନୁଷ୍ଠିତ ହେବ। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗ୍ ଦର୍ଶନ କରିବେ। ପରେ ମାଆ ଖମ୍ବେଶ୍ୱରୀଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ୟ୍ୟ ବଂଶୀ ସୂରଜ, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।
Views: 9