ମେଷ:- ଠିକ୍ ସମୟ ମଧ୍ୟରେ କାର୍ଯ୍ୟକଲେ ନିଶ୍ଚିତ ଭାବେ ଲାଭ ପ୍ରଦ ହେବେ । ଯଦି ଆପଣ ନୂଆ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତ ବରିଷ୍ଠ ମାନଙ୍କ ସହ ଆଲୋଚନା କରି ନିଷ୍ପତି ନେଲେ ଅସୁବିଧାରେ ପଡିବେ ନାହିଁ । ଯଦି ଆପଣ ଚାକିରୀ କ୍ଷେତ୍ରରେ ରହିଛନ୍ତି ତେବେ କଥାବାର୍ତ୍ତା କଲା ବେଳେ ନିଜ ଭାଷାରେ ଶାଳିନତା ରଖନ୍ତୁ ।
ବୃଷ:- ଯଦି ଆପଣ ଆଜି କୌଣସି କାର୍ଯ୍ୟ କରୁଛନ୍ତି ସ୍ଥିରମନରେ କରନ୍ତୁ ସଫଳତା ନିଶ୍ଚୟ ପ୍ରାପ୍ତି ହେବ । ନିଜର ଜୀବନ ସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ଆଜିର ଦିନଟି ବିଦ୍ୟାର୍ଥୀ ମାନଙ୍କ ପାଇଁ କୌଣସି ପ୍ରତିଯୋଗୀତା ମୂଳକ ପରିକ୍ଷା ପାଇଁ ନାମାଙ୍କନ ଭରିବାର ଯୋଗ ରହିଛି ।
ମିଥୁନ:- ଆଜି ଆପଣଙ୍କ ରାଶିରେ ଆର୍ଥିକ ସ୍ଥିତି ସୁଦୃଢ ହେବାର ଯୋଗ ରହିଛି । ବାକିଥିବା କାର୍ଯ୍ୟ ଆପଣ ।ାଜି ପୁରା କରିବାର ସମ୍ଭାବନା ରହିଛି । ଆଜି ଆପଣ ଏମିତି ବ୍ୟକ୍ତିଙ୍କ ସହ ମିଶିବାର ଯୋଗ ରହିଛି ଯିଏକି ଆପଣଙ୍କୁ ନୂଆ କାମ ପାଇଁ ସାହାଯ୍ୟ କରିବେ ।
କର୍କଟ:- ଆଜି ନିଜର କ୍ୟାରିୟର କ୍ଷେତ୍ରରେ ଧନଲାଭର ନୂଆ ତିରିକା ଖିଜିବାର ଯୋଗ ରହିଛି । ଯଦି ଆପଣ ସଂଗୀତ କଳାରେ ଅଛନ୍ତି ତେବେ ଆଜି ଆପଣଙ୍କ ସୁବର୍ଣ୍ଣ ସୁଯୋଗର ବେଳ ରହିଛି । ଦୀର୍ଘଦିନରୁ କରି ଆସୁଥିବା ଉଦ୍ୟମରେ ସଫଳ ଯୋଗ ଆଜି ଆପଣଙ୍କ ରାଶି ପାଇଁ ରହିଛି ।
ସିଂହ:- ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ବଡ ମହତ୍ୱ ହେବେ । ଯାହାଙ୍କ ସହଯୋଗରେ ଆପଣ ଆଗକୁ ବଢିବାରେ ସୁଯୋଗ ପାବେ । ନୁଆ ବ୍ୟାବସାୟ ଆରମ୍ଭ କରିବାକୁ ଚିନ୍ତା କରିବାର ଯୋଗ ମଧ୍ୟ ଆପଣଙ୍କ ପାଇଁ ରହିଛି । ଯଦି ।ାପଣ କୌଣସି ଅଫିସରେ କାର୍ଯୟ କରୁଛନ୍ତି ତେବେ କାର୍ଯ୍ୟ ସମୟରେ ମନ ଅସ୍ଥିରତା ରହିବା ସହ ନାନା ଚିନ୍ତା ଆସିବ ।
କନ୍ୟା:- ଯଦି ଆପଣଙ୍କ ପୂର୍ବରୁ କୌଣସି ବ୍ୟବସାୟ ଭିତ୍ତିକ ଚୁକ୍ତି ରହିଛି ତେବେ ସେଠାରୁ ଅଚନାକ ଲାଭର ଯୋଗ ରହିଛି । କୌଣସି ସାମାଜିକ ସଂସ୍ଥାର କାର୍ଯ୍ୟକ୍ରମରେ ଆପଣ ସହଯୋଗ କରିବେ । ଘରର ଦାୟୀତ୍ୱ ନେଇ ପରିବାର ଲୋକଙ୍କ ସହ ।ାଲୋଚନା କରିବାର ସମ୍ଭାବନା ରହିଛି ।
ତୁଳା:– ଯଦି ଆପଣ ଆଜି କୌଣସି ବ୍ୟସାୟଭିତ୍ତି ଚୁକ୍ତି କରିବାକୁ ଯାଉଛନ୍ତି ତେବେ ଅଭିଜ୍ଞ ବ୍ୟକ୍ତି ମାନଙ୍କ ସହ କଥା ହୋଇ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ କାମରେ ନିୟୋଜିତ ଥିଲେ ଆପଣଙ୍କୁ କାମ ପୁରା କରିବାକୁ ସମୟ ଲାଗିପାରେ । ପ୍ରେମିକ ପ୍ରେମିକାଙ୍କ ପାଇଁ ଆଜି ଦିନଟି ଖୁବ୍ ଭଲ ଫଳ ପ୍ରଦାନ କରିବ ।
ବିଛା- ଆଜି ଆପଣଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ । ଆଜି ଯେଉଁ କାର୍ଯ୍ୟ ଆପଣ କରିବାକୁ ଚେଷ୍ଟା କରିବେ ସେଥିରୁ ସଫଳତା ପାଇବାର ରହିଛି ଯୋଗ । ବଡ କମ୍ପାନୀରେ ଚାକିରି ପାଇଁ ଆପଣଙ୍କୁ ଡାକରାର ଯୋଗ ରହିଛି । ବିଜ୍ଞାନ ଅଧ୍ୟୟନ କରୁଥିବା ଛାତ୍ରଛାତୀଙ୍କ ପାଇଁ ଦିନଟି ଖୁବ୍ ଶୁଭଫଳ ପ୍ରଦାନ କରିବ । ଅଚାନକ ଧନ ପ୍ରାପ୍ତ କଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
ଧନୁ:- ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବାର ଯୋଗ ରହିଛି । ଯଦି ଆପଣ ରାଜନୀତି କ୍ଷେତ୍ରରେ ରହିଛନ୍ତି ତେବେ ଆଜି ଆପଣଙ୍କ ପାଇଁ ଦିନଟି ଖୁବ୍ ସମ୍ନାନ ବଢାଇବ । ଆପଣଙ୍କ ସହ କେହି ମିଶିବାକୁ ଦେଷ୍ଟା କରିପାରନ୍ତି ।
ମକର:- ଆଜି ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବାପେକ୍ଷା ଖୁବ୍ ଭଲ ରହିବ । ଆଜି ଆପଣଙ୍କ ବ୍ୟବହାର ପାଇଁ ଲୋକେ ଆପଣ ପ୍ରତି ପ୍ରଭାବିତ ହୋଇପାରନ୍ତି । ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆଜି ଶୁଭଫଳ ପ୍ରାପ୍ତିର ସୁଯୋଗ ରହିଛି ।
କୁମ୍ଭ:- ଆଜି ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ବଜାୟ ରହିବାର ଯୋଗ ରହିଛି । ଯଦି ଆପଣ ସରକାରୀ ଚାକିରୀ କ୍ଷେତ୍ରରେ ଅଛନ୍ତି ତେବେ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିପାରେ
ମୀନ:- ଆଜି ବନ୍ଧୁଙ୍କ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବାର ଯୋଗ ରହିଛି । ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାବାର ସମ୍ଭାବନା ରହିଛି । ଅସଜଡା ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ ଆଜି ପତ୍ନୀଙ୍କ ସହ କଥା ହୋଇ ତାହା ସଜାଡିବାକୁ ଚେଷ୍ଟା କରିବେ ।
ଆଜି ଆପଣଙ୍କ ରାଶିରେ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...