ମେଷ-ଆଜିର ଚନ୍ଦ୍ର ପାପଗ୍ରହ ଦୃଷ୍ଟିବର୍ଜିତ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ । କିନ୍ତୁ କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡ଼ିବ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ। କଳା,ସାହିତ୍ୟ,ସଂସ୍କୃତି ଓ ଅନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ ।
ବୃଷ-ଭ୍ରାତୃକାରକ ମଙ୍ଗଳ ତୃତୀୟସ୍ଥ ଦୁର୍ବଳ ଯୋଗୁ ଭାଇ ଭଗାରି ସାଜିପାରନ୍ତି କିମ୍ବା ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାରେ ପକାଇପାରନ୍ତି । ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ । କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ । ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭକରି କାମ ହାସଲ କରିବେ ।
ମିଥୁନ-ଚନ୍ଦ୍ର କେନ୍ଦ୍ରରେ ଶୁକ୍ର ମନୋରଞ୍ଜନ ସକାଶେ ସୁଯୋଗ ସୃଷ୍ଟି କରାଇବେ। ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରା, ସତ୍ସଙ୍ଗର ସୁଯୋଗ ପାଇପାରିବେ। ଆରଦ୍ରା ନକ୍ଷତ୍ର ଭୁଲ୍ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି । ମାନସିକ ସ୍ଥିତି ଠିକ୍ ରହିଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟାରେ ଜଡ଼ିତ ରହିପାରନ୍ତି ।
କର୍କଟ-ସହନଶୀଳତା ଓ ସହଯୋଗ ମନୋଭାବରୁ ଆପଣ ସମସ୍ତଙ୍କର ଆଦରଣୀୟ ହେବେ । କିନ୍ତୁ ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଏହାହିଁ ଗାତ୍ରଦାହର କାରଣ ହୋଇପାରେ । ରବିବାରଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ପାଇବେ । ବ୍ୟବସାୟ, ବାଣିଜ୍ୟ, କଳା, ସାହିତ୍ୟରେ ମଧ୍ୟ ସମ୍ମାନ ମିଳିବ ।
ସି˚ହ-ଚନ୍ଦ୍ରଙ୍କ ଧନଭାବ ସଂସ୍ଥାନ କାରଣରୁ ଆର୍ଥିକ ଉନ୍ନତି ସହ ବନ୍ଧୁଙ୍କ ଆଦରଣୀୟ ହେବେ । କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ । ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କୌଣସି ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ ।
କନ୍ୟା-ଲାଭାଧିପ ରାଶିରେ ରହି ଆପଣଙ୍କୁ ବକେୟା ଅର୍ଥ ପ୍ରାପ୍ତିରେ ସହାୟକ ହେବ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ । ଏହାସାଙ୍ଗକୁ ସୁସମ୍ପର୍କ କ୍ଷୁଣ୍ଣହେବା କାରଣରୁ ଆତ୍ମୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ । କଚେରି ମାମଲା ତଥା ଆଇନ ଅଦାଲତରୁ ସୁଫଳ ପାଇବେ ।
ତୁଳା-ଏକାଧିକ ଗ୍ରହ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟାଦି କ୍ଷେତ୍ର ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସି ରହିବ । ଚିତ୍ରା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।
ବିଛା-କିଏ କ’ଣ କହୁଛି କିମ୍ବା କରୁଛି ସେଥିପ୍ରତି ଧ୍ୟାନ ନ ଦେଇ ନିଜ କଥା ଚିନ୍ତାକରିବା ଭଲ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ପାଇଁ ଅନୁକୂଳତା ଅନୁଭବ କରିବେ । ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ । ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ ।
ଧନୁ-କର୍ମସ୍ଥ ଚନ୍ଦ୍ର ହେତୁ ଯେଉଁ କାମ ପାଇଁ ମନସ୍ଥ କରିଛନ୍ତି ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ । ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରିଚାଲନ୍ତୁ ଭଲ ହେବ । ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରି ଉପକୃତ ହେବେ । ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ମାନସିକ ସ୍ଥିତିର ପରିପନ୍ଥୀ ହୋଇ ନ ପାରେ ।
ମକର-ଦିନର ଦ୍ୱିତୀୟାର୍ଦ୍ଧରେ କେତେକ ସମସ୍ୟା ଆସିପାରେ । ଦେଖିବାକୁ ଗଲେ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାହେତୁକ ସମସ୍ୟା ଦେଖାଦେବା ଆଶଙ୍କା ରହିଛି । ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ବାଧକ ସାଜିପାରେ ।
କୁମ୍ଭ-ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ଶତଭିଷା ନକ୍ଷତ୍ରର ପାରିବାରିକ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବେ । ଭ୍ରମଣହେତୁକ କ୍ଲାନ୍ତି ଦେଖାଦେଇପାରେ । ବନ୍ଧୁଙ୍କ କଥାରେ ଭରସାକରି ସମ୍ପୂର୍ଣ୍ଣ ନୀରବ ରହିଗଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ ।
ମୀନ-ଅର୍ଥାଭାବ ନ ଥାଇ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ସମସ୍ତ ସୁଖକୁ ନଷ୍ଟ କରିଦେବ । ଅପରାହ୍ନରେ ଆପଣାଛାଏଁ ସମସ୍ୟା କମିବା ଫଳରେ ରହିଥିବା ଟେନ୍ସନ କମିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।











