The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୮-୦୪-୨୦୨୩ ରିଖ ଶୁକ୍ରବାର)

Facebook
Twitter
LinkedIn

ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ନିଜେ ଦୁଃଖ କଷ୍ଟର ସମ୍ମୁଖୀନ ହେଲେବି ଶତ୍ରୁ ଦମନ କରିବେ ।

ବୃଷ: ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ । ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ପରିଶ୍ରମ ଅତ୍ୟଧିକ ହୋଇପାରେ ।

ମିଥୁନ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ନିତିଦିନିଆ କାମ ସହଜରେ ପୂରା ହୋଇଯିବ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ । ସମ୍ପର୍କରେ ନିବିଡତା ସୃଷ୍ଟି ହୋଇପାରେ ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ ।

ସିଂହ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ । ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ ।ସେବା ପୂଜାରେ ନିମଗ୍ନ ରହିବେ ।

କନ୍ୟା: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ । ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ଘରୋଇ ଦାୟିତ୍ବ ନେଇ ପରିବାର ଲୋକଙ୍କ ସହ କଥା ହେବେ । ସୁଖ ସମୃଦ୍ଧିରେ ଲାଭ ମିଳିବ ।

ତୁଳା: ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ । ଦେହ ସୁସ୍ଥ ରହିବ ।

ବିଛା: ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ଅଚାନକ ଧନଲାଭ ହେବ । ସମାଜ ସେବାରେ ମନ ବଳାଇବେ ।

ଧନୁ: ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ । କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି । ସୁଖକର ଘଟଣା ମାନ ଘଟିପାରେ ।

ମକର: ଆପଣଙ୍କ ବ୍ୟବହାର ଦ୍ବାରା ଲୋକମାନେ ପ୍ରଭାବିତ ହେବେ । ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ । କର୍ତବ୍ୟ ପାଳନରେ ନିଷ୍ଠାପର ହୋଇପାରନ୍ତି ।

କୁମ୍ଭ: ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ। ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ।

ମୀନ: ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login