The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୭-୦୫-୨୦୨୩ ରିଖ ଶନିବାର)

Facebook
Twitter
LinkedIn

ମେଷ-ସମାଜକଲ୍ୟାଣ କାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନିତ ହେବେ । ଅ-ନାମାକ୍ଷର ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି । ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ । ଯାହା ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ତାହା ପାଇବେ ।

ବୃଷ-କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ବି-ନାମାକ୍ଷର ବ୍ୟକ୍ତିମାନେ କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ । ପରିବହନ, ପ୍ରଶାସନ, ଯୋଗାଯୋଗ କାମ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ । ଆର୍ଥିକ ସଂକଟ ମଧ୍ୟ ଦେଇ ଗତି କରିବାକୁ ବାଧ୍ୟ ହେବେ ।

ମିଥୁନ-ଶାନ୍ତ ପରିବେଶରେ ସୁନ୍ଦର ଓ ସୁଖଦ ଅନୁଭୂତିର ପରଶରେ ମନ ଉଲ୍ଲସିତ ହୋଇଉଠିବ। ଶୁକ୍ରଙ୍କ ସୁପ୍ରଭାବରୁ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। କିନ୍ତୁ ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ରାଜନୈତିକ ତପତ୍ରତା ପରିବେଶକୁ ସରଗରମ କରିପାରେ ।

କର୍କଟ-ବଳହୀନ ମଙ୍ଗଳ କେନ୍ଦ୍ରରେ ଅବସ୍ଥାନ କରି ଉଦାର ଭାବନାଯୁକ୍ତ ସୁଚିନ୍ତିତ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିବ। ପରିବାର ଭିତରେ ସୌହାର୍ଦ୍ଦ୍ୟତା ମଧ୍ୟରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ। ଦେବଦର୍ଶନ ଓ ଭ୍ରମଣ ଲାଗି ମନ ବଳାଇପାରନ୍ତି । ପାରିବାରିକ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ ।

ସି˚ହ-ବ୍ୟୟାଧିପ ଚନ୍ଦ୍ରଙ୍କୁ ଅଷ୍ଟମାଧିପ ଗୁରୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିବାରୁ ମାନସିକ ସ୍ଥିତିକୁ ଅସନ୍ତୁଳିତ କରିବ । ଅଭାବନୀୟ ପରିସ୍ଥିତି ସାଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିପାରନ୍ତି । ଭାଇ, ଭଉଣୀ କିମ୍ବା ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କରିପାରନ୍ତି । ପାରିବାରିକ ସମସ୍ୟା ଦୂର ହେବ ।

କନ୍ୟା-ଅଷ୍ଟମରେ ତିନୋଟିଗ୍ରହ ଥିବାରୁ ଆଜି ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ । ବ୍ୟୟବୃଦ୍ଧି, ସନ୍ତାନଙ୍କ ସମସ୍ୟା, ଶତ୍ରୁତା, ବିରୋଧର ସାମ୍ନା କରିବା ଦିଗରେ ଚିନ୍ତିତ ରହିବେ । ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବନି । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।

ତୁଳା-ଆଜି ପ୍ରାପ୍ତିସ୍ବୀକାରରେ ମନ ଏକବାର ଖୁସି ହୋଇଯିବ । ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ ହେବ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।

ବିଛା-ଦୁଃସ୍ଥାନସ୍ଥ କେତୁ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇ ପରିସ୍ଥିତି ଆପଣଙ୍କୁ ନୀରବଦ୍ରଷ୍ଟା ସଜାଇଦେବ। ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ। ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ପରିବହନ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ । କୌଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେବ ।

ଧନୁ-ଶନିଙ୍କ ସ୍ଥିତିଜନିତ ଆତ୍ମୀୟଙ୍କ ତରଫରୁ କୌଣସି ସମସ୍ୟା କାମରେ ପ୍ରତିବନ୍ଧକ ସୃଷ୍ଟି କରିବ । ନୂତନ ସ୍ଥାନ ପରିଦର୍ଶନ, ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନରେ ନିଜକୁ ମଜ୍ଜାଇ ରଖିବେ। ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ ଅତିବାହିତ ହେବ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ମକର-ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଆପଣଙ୍କ ମୁହଁକୁ ବନ୍ଦ କରିଦେଇପାରେ । ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧାଭାସର ଆଭାସ ଅଶାନ୍ତିର କାରଣ ହେବ । ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଚତୁର୍ଥ କେନ୍ଦ୍ରରେ ଏକାଧିକଗ୍ରହ ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିପାରନ୍ତି ।

କୁମ୍ଭ-ଆଜିର ଯାତ୍ରା ଯଦିଓ ପ୍ରୀତିପ୍ରଦ ରହି ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବ ତଥାପି ସମସ୍ୟା ଲାଗି ରହିବ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପର୍ଯ୍ୟଟନ, ପରିଭ୍ରମଣ, ଲୋକ ସମ୍ପର୍କ, ସଙ୍ଗୀତ ଓ ସାହିତ୍ୟରେ ସମସ୍ୟା ସମାଧାନ ହେବ । ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ ବିଶେଷ ଭାବରେ ଉପକୃତ ହେବେ ।

ମୀନ-ଦ୍ୱିତୀୟଭାବସ୍ଥ ଗ୍ରହ ପ୍ରଭାବରେ ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ । ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login