The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୩-୦୫-୨୦୨୩ ରିଖ ମଙ୍ଗଳବାର)

Facebook
Twitter
LinkedIn

ମେଷ-ଆଜି ଦ୍ୱିଜା ନକ୍ଷତ୍ର ସକାଶେ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ । ନିଜ ସଂସ୍ପର୍ଶରେ ଆସୁଥବା ଲୋକଙ୍କ କଥାଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ଆବଶ୍ୟ ଅପରାହ୍ନେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି ।

ବୃଷ-ମୃଗଶିରା ନକ୍ଷତ୍ର ହାତକୁ ନେଇଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ । ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବେ । ପିଲାମାନେ ଆପଣଙ୍କୁ ଏହି ଦିଗରେ ସାହାଯ୍ୟ କରିପାରନ୍ତି । ମୋଟା ଅଙ୍କର ଅର୍ଥ ଆବଶ୍ୟକତା ସହକର୍ମୀଙ୍କ ସହଯୋଗରେ ଦୂରହୋଇପାରେ ।

ମିଥୁନ-ଆଜି ଯାହା ନିଷ୍ପତ୍ତି ନେବେ ତାହା ଶେଷ ସମୟରେ ଓଲଟପାଲଟ ହୋଇଯିବ । ମିତ୍ରମାନେ ମଧ୍ୟ ପୂର୍ବ ଶତ୍ରୁତା କଥା ସ୍ମରଣକରି ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିବେ । ଆରଦ୍ରା ନକ୍ଷତ୍ରର ବିବାଦୀୟ ପରିସ୍ଥିତି ତଥା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ଘରେ ବନ୍ଧୁମିଳନ ସହ ଆମୋଦ ପ୍ରମୋଦର ସୁଅ ଛୁଟିବ ।

କର୍କଟ-ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଅଶ୍ଳେଷା ନକ୍ଷତ୍ର କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବେ, ଯାହାକି ଅଶାନ୍ତି ସୃଷ୍ଟି କରିବ । କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି । ସଭାସମିତିରେ କିମ୍ବା ବନ୍ଧୁ ମେଳରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ ।

ସି˚ହ-ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିପାରେ, କିନ୍ତୁ ପରିଣାମ ବିଶେଷ ଖରାପ ହେବ ନାହିଁ। ଆଜି ଯାହା ପାଇବେ ତାହା ବହୁତ ପୂର୍ବରୁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ମଘା ନକ୍ଷତ୍ର ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ । କର୍ମକ୍ଷେତ୍ରରେ କାରଣ ନ ଥାଇ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି ।

କନ୍ୟା-ଆଜି ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ରହିପାରେ, କାରଣ ଭୁଲ୍‌ ବୁଝାମଣା ହିଁ ଏହାର ପ୍ରଧାନ କାରଣ ହେବ। ଯାନବାହନରେ ସତର୍କ ରହିବା ଭଲ, ନତୁବା ହଇରାଣ ହେବେ । ଚିତ୍ରା ନକ୍ଷତ୍ର ପିଲାମାନଙ୍କ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି । ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ ।

ତୁଳା-କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ । ସ୍ବାତୀ ନକ୍ଷତ୍ର ସକାଶେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବାକୁ ପଡ଼ିବ। ହଠାତ୍‌ ବନ୍ଧୁଙ୍କ ଅନୁରୋଧକ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ ।

ବିଛା-ଅଶ୍ୱସ୍ତିକର ପରିସ୍ଥିତି ସୁଧୁରିଯିବାର ଝଲକ ଆଜି ହିଁ ପାଇଯିବେ । ଅନୁରାଧା ନକ୍ଷତ୍ର ଯେଉଁ କାମରେ ହାତ ଦେବେ କୃତକାର୍ଯ୍ୟ ହେବେ। କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ । ଅଫିସିଆଲି କାମରେ ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ଧନୁ-ସାଧାରଣ କଥାକୁ ନେଇ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କେତେକ ନୂତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ପୂର୍ବାଷାଢ଼ା ନକ୍ଷତ୍ର ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ବ୍ୟବସାୟ, ପରିବହନ କ୍ଷେତ୍ର ଭଲ ରହିବ ।

ମକର-ଆଜି ଦିନଟିରେ ଯାହା କରିବେ,ପ୍ରତ୍ୟେକ କ୍ଷେତ୍ର ପ୍ରାୟତଃ ଅନୁକୂଳ ରହିବ । ଆତ୍ମୀୟ ସ୍ବଜନ କିମ୍ବା ନିକଟ ସମ୍ପର୍କୀୟମାନେ ପାଖେଇ ଆସିବେ । ଶ୍ରବଣା ନକ୍ଷତ୍ରର ଅତି ପ୍ରିୟ ବନ୍ଧୁଟି ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ପାରିବାରିକ କ୍ଷେତ୍ରରେ ଟେନ୍‌ସନ କିିଛି ମାତ୍ରାରେ କମିଯିବ ।

କୁମ୍ଭ-ପରିବାରର ବାରଣକୁ ନ ମାନି କାମରେ ଆଗଭର ହେବା ଠିକ୍‌ ହେବନାହିଁ । ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଅଫିସ୍‌ରେ ମଧ୍ୟ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ ।

ମୀନ-ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଯାହା ଆଗାମୀ ସମୟ ପାଇଁ ଲାଭଦାୟକ ରହିବ । ଅପ୍ରିୟ ସତ୍ୟ ପ୍ରକାଶକରି ବିବାଦୀୟ ହୋଇପାରନ୍ତି। ପରିବହନରେ, ପ୍ରଶାସନିକ ସ୍ତରରେ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବାର ପ୍ରଯନତ୍କରି ପାରନ୍ତି। ରେବତୀ ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରିଦେଇ ସମାଲୋଚିତ ହୋଇପାରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login