May 16, 2024 9:39 am

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୨୧-୦୬-୨୦୨୩ ରିଖ ବୁଧବାର )

Facebook
Twitter
LinkedIn

ମେଷ-ମିତ୍ରଗୃହୀ ବୁଧଙ୍କ ଯୋଗୁ ଆଜି ମନରେ ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ । ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡ଼ିପାରେ। ମୁହଁ ସାମନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ ।

ବୃଷ-ପଡ଼ୋଶୀ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ । ରବିଙ୍କ ପ୍ରଭାବରୁ ଜଣେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭ କରି ସ୍ବାର୍ଥ ହାସଲ ଚେଷ୍ଟା କରିପାରନ୍ତି। ଘରୋଇ କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ସନ୍ତାନ ହେତୁକ ପୀଡ଼ା ଅନୁଭବ କରିବେ ।

ମିଥୁନ-ଚନ୍ଦ୍ର କେନ୍ଦ୍ରସ୍ଥ ରାହୁ ହେତୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣରେ ରଖିପାରିବେ ନା ହିଁ। ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। କୌଣସି କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ କାମ ଆରମ୍ଭ କରି ପ୍ରଶଂସିତ ହେବେ ।

କର୍କଟ-ରାଶ୍ୟାଧିପତି ସ୍ବଗୃହୀ ଯୋଗୁ ପରିସ୍ଥିତି ପ୍ରତି ସଚେତନ ରହି କାମ କରିବାରେ ସଫଳ ହେବେ । କୁଟୁମ୍ବ ଲୋକଙ୍କ ସହ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆମତ୍ବିଭୋର ହେବେ । ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ ।

ସି˚ହ-ଶନି ଦୃଷ୍ଟ ଗୁରୁଙ୍କ ହେତୁ ସମସ୍ୟାଭାରରେ ଅତିଷ୍ଠ ହୋଇ ମାନସିକ ଅସ୍ଥିରତା ଅଶାନ୍ତି ସୃଷ୍ଟି କରିବ। କିନ୍ତୁ କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅଫିସିଆଲି କାମକ୍ଷେତ୍ରରେ ଟେନ୍‌ସନ ଦୂର ହେବାରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ । କଚେରି ମାମଲାର ଶୁଣାଣିରୁ ମନ ଖୁସି ରହିବ ।

କନ୍ୟା-ଚତୁର୍ଥସ୍ଥାନ ବୃହସ୍ପତି ଦୃଷ୍ଟ ଯୋଗୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ବ୍ୟବସାୟ କ୍ଷେତ୍ରରେ ଅଧିକ ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି। ଆଳସ୍ୟଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି ।

ତୁଳା-ଚନ୍ଦ୍ର ଯୁକ୍ତ ଶୁକ୍ରଜନିତ କାହାକୁ କିଛି ନ କହିଲେ ମଧ୍ୟ ମନ ଭିତରଟା ବିଶେଷ ଭଲ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ରଖି କାମ କରିବା ଭଲ। ଫେରି ଯାଉଥିବା ବନ୍ଧୁଟି ଲେଉଟି ଆସିବା ଯୋଗୁ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯିବ । ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କା ଦେଖାଦେବ ।

ବିଛା-ଅଷ୍ଟମସ୍ଥ ରବିଙ୍କ ଯୋଗୁ କର୍ମକ୍ଷେତ୍ର ପ୍ରତି ଆନୁଗତ୍ୟ ଉପରିସ୍ଥଙ୍କୁ ଖୁସି କରାଇବାରେ ବିଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ଆପଣ ଯେତେ ପାଇଲେ ମଧ୍ୟ ଖୁସି ହୋଇପାରିବେ ନାହିଁ । ଦୋକାନ, ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ । ପରିବାର ସଦସ୍ୟଙ୍କ ତରଫରୁ ସମସ୍ୟା ଆସିପାରେ ।

ଧନୁ-ରାହୁ ଯୁକ୍ତ ଗୁରୁଙ୍କ ଯୋଗୁ କୌଣସି ପରିଚିତଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ କିନ୍ତୁ କାମ ଅଟକିବ ନାହିଁ। ଅଫିସରେ ଅବସର ସମୟରେ ସହକର୍ମୀଙ୍କ ସହ ମିଷ୍ଠାଳାପରୁ ଖୁସି ରହିବେ । ଶିକ୍ଷା ଓ ପରୀକ୍ଷାରେ ପିଲାଙ୍କ ସଫଳତାକୁ ନେଇ ଆନନ୍ଦ ଅନୁଭବ କରିବେ ।

ମକର-ସପ୍ତମସ୍ଥ ଏକାଧିକଗ୍ରହଜନିତ କୌଣସି ବ୍ୟକ୍ତିଠାରୁ ହଠାତ୍‌ କାୈଣସି ଖବର ପାଇ ବିଚଳିତ ହେବେ। ଉପରିସ୍ଥ ଅଧିକାରୀ କାମହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ ।

କୁମ୍ଭ-ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି । ଶୁକ୍ରଙ୍କ ସୁପ୍ରଭାବରୁ କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ବାଦାନୁବାଦ ଜନିତ ଅଶାନ୍ତି ଲାଗି ରହିବା କାରଣରୁ ମନ ଅସ୍ଥିର ରହିବ ।

ମୀନ-ସଂଯମତା ଅଭାବରୁ କର୍ମ କ୍ଷେତ୍ରରେ ଅଫିସରଙ୍କ ସହ ସମ୍ପର୍କ ହାନି ଚିନ୍ତାର କାରଣ ହେବ । ଚନ୍ଦ୍ରଙ୍କ ପ୍ରଭାବରେ ପିଲାଙ୍କ ସମସ୍ୟା ସମାଧାନ ପୂର୍ବକ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ବାହାରକୁ ଯିବା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିବେ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login