November 1, 2024 5:36 am

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୧୫-୦୬-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ-ଆଜି ଟିକିଏ କଥାରେ କ୍ରୋଧ ପ୍ରକାଶ କରି ପରିବେଶକୁ ଗମ୍ଭୀର କରିଦେଇପାରନ୍ତି । କର୍ମକ୍ଷେତ୍ରକୁ ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟିର କାରଣ ହୋଇପାରେ । ଧନାଧିପ ବଳହୀନ ମଙ୍ଗଳଙ୍କ ସହ ରହିଥିବାରୁ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ । ଚୁ-ନାମାକ୍ଷର ବ୍ୟକ୍ତି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବେ ।

ବୃଷ-କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି । ବ-ନାମାକ୍ଷର ବ୍ୟକ୍ତିମାନେ ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ । କଳା, ସଙ୍ଗୀତ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତି, ତର୍କ ବିତର୍କ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ। ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ ।

ମିଥୁନ-ଆଜି ଘ-ନାମାକ୍ଷର ବ୍ୟକ୍ତିମାନେ ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହି ନ ପାରେ । ଏଣେ ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି । ଅବଶ୍ୟ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ପ୍ରଶାସନିକ ସ୍ତରରେ ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ ।

କର୍କଟ-ଆଜି ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ପ୍ରୋତ୍ସାହନ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ । ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ଶତ୍ରୁ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ହେ-ନାମାକ୍ଷର ବ୍ୟକ୍ତିଙ୍କ ଲାଗି ଆର୍ଥିକ ଦିଗଟି ଭଲ ରହିବ ।

ସି˚ହ-ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍‌ ହୋଇଯିବ । ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଅଟକି ରହିଯାଇଥିବା କାମକୁ ତ୍ୱରାନ୍ବିତ କରିବ । ମ-ନାମାକ୍ଷର ବ୍ୟକ୍ତିମାନେ ପଦାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ଅସମର୍ଥ ହୋଇପାରନ୍ତି । ବ୍ୟବସାୟ ସମ୍ପର୍କିତ ସମସ୍ୟା ମଧ୍ୟାହ୍ନରେ ଦୂର ହୋଇଯିବ ।

କନ୍ୟା-ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଥିବା ଆଶା ମନରେ ଦୁଃଖ ଦେଇପାରେ । ପୂ-ନାମାକ୍ଷର ବ୍ୟକ୍ତିମାନଙ୍କ ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟସ୍ତତା ବଢ଼ିଯିବ। ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି ।

ତୁଳା-ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଅବଲମ୍ବନପୂର୍ବକ କାମ କରିବା ଭଲ ହେବ । ବନ୍ଧୁଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ପରିବାରରେ ଛୋଟ ଛୋଟ କଥାକୁ ନେଇ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ରୁ-ନାମାକ୍ଷର ବ୍ୟକ୍ତିମାନଙ୍କୁ ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ବିଶେଷ ଚିନ୍ତା କରିବାକୁ ପଡ଼ିପାରେ ।

ବିଛା-ନ-ନାମାକ୍ଷର ବ୍ୟକ୍ତିଙ୍କ ସାଧାରଣ କଥାରେ ଭୁଲ୍‌ ବୁଝାମଣାଜନିତ ପାରିବାରିକ ସମସ୍ୟା ଦେଖାଦେବ । ସାମାଜିକ ସ୍ତରରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପରିବହନରେ ଆଗାମୀ କ୍ଷେତ୍ର ସକାଶେ ନିଜକୁ ପ୍ରସ୍ତୁତ କରିପାରନ୍ତି । ସମସ୍ୟା ରହିଥିଲେ ମଧ୍ୟ କାମ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବନାହିଁ ।

ଧନୁ-ଭି-ନାମାକ୍ଷର ବ୍ୟକ୍ତି ମନ୍ଥର ଗତିରେ କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ପିଲାଙ୍କ ସଫଳତା, ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ, ଯାତ୍ରାର ସୁଯୋଗ ଲାଭରୁ ଖୁସି ରହିବେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ନୂତନ କାର୍ଯ୍ୟାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି ।

ମକର-ଏକାଧିକ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ପାରିବାରିକ ସ୍ତରରେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ । ଖ-ନାମାକ୍ଷର ବ୍ୟକ୍ତିଙ୍କର ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ ।

କୁମ୍ଭ-ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲରେ ସମର୍ଥ ହେବେ । ଗୋ-ନାମାକ୍ଷର ବ୍ୟକ୍ତିଙ୍କର ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଜମିଜମା କାରବାର, ନିର୍ମାଣ, ପ୍ରଶାସନ, ଗଣଯୋଗାଯୋଗ କ୍ଷେତ୍ରରେ ଉନ୍ନତ ଫଳ ପାଇବେ ।

ମୀନ-ଦ-ନାମାକ୍ଷର ବ୍ୟକ୍ତିମାନଙ୍କର ଆଜିର ପ୍ରତ୍ୟୁଷ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ । ନୂତନ ବନ୍ଧୁ ସମ୍ପର୍କ ଆଜିର ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ସାକାର କରିବାରେ ସାହାଯ୍ୟ କରିବ । କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିହତ

ଏନକାଉଣ୍ଟରରେ ୯ ମାଓବାଦୀ ନିପାତ

ମାଲକାନଗିରି : ଛତିଶଗଡରେ ବଡଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ...

ତ୍ରିପୁରାରେ ବନ୍ୟା ଓ ଭୂସ୍ଖଳନ, ୧୦ ଜଣଙ୍କର ଚାଲିଗଲା ଜୀବନ

ତେଲେଙ୍ଗାନା-ଆନ୍ଧ୍ରରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ଛୁଇଁଲା ୨୭

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା । ଫଳରେ ଚାରିଆଡେ ଜଳମଗ୍ନ ହୋଇ ନବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ରାଜ୍ୟରେ ବର୍ଷା ଏବଂ...

ADVERTISEMENT
ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ଗର୍ଭବତୀ

ମାଲକାନଗିରି : ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ୭ ମାସର ଗର୍ଭବତୀ । ମାଲକାନଗିରି ଏମଭି-୯ ଗାଁର ମହିଳା ବିନିତା ମାଶ ଗତ ରବିବାର ଦିନ ସ୍ୱାସ୍ଥ୍ୟ...

Login