The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୧୧-୦୫-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ: ପାରିବାରିକ ଓ କର୍ମକ୍ଷେତ୍ରର ପରିସ୍ଥିତି ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଯାତ୍ରା, ବ୍ୟବସାୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।

ବୃଷ: ନୀଚ୍ଚସ୍ଥ ମଙ୍ଗଳ ଦୃଷ୍ଟିରେ ଚନ୍ଦ୍ର ସ୍ମୃତି ବିଭ୍ରମ ଏବଂ ସନ୍ତାନ ହେତୁକ ଅଶାନ୍ତି ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

ମିଥୁନ: ଭାବୁଥିବେ ଗୋଟିଏ, ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ଓ ଆର୍ଥିକ ସ୍ଥିତି ପୂର୍ବପରି ରହିବ।

କର୍କଟ: ବିଭିନ୍ନ ଯୋଜନା କରିବା ସହ ଗୃହ କିମ୍ବା ଯାନବାହନ ପ୍ରାପ୍ତ ହୋଇପାରେ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ, ଯଦ୍ଦ୍ବାରା ଦ୍ୱନ୍ଦ୍ୱରେ ପଡି ଠିକ୍‌ ନିଷ୍ପତ୍ତି ନେଇପାରିବେନି। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ।

ସି˚ହ: ରାଶ୍ୟଧିପତି ଅନ୍ୟଗ୍ରହଙ୍କ ସାନ୍ନିଧ୍ୟରେ ରାଜଯୋଗ ସୃଷ୍ଟି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ସାହାଯ୍ୟ କରିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। ବ୍ୟବସାୟରେ ବିବାଦ ସୃଷ୍ଟି ହୋଇପାରେ।

କନ୍ୟା:ଅଷ୍ଟମସ୍ଥ ଏକାଧିକଗ୍ରହ ଆପଣଙ୍କୁ ବିଭିନ୍ନ ଦିଗରୁ ଅର୍ଥଲାଭ କରାଇଲେ ମଧ୍ୟ ସମସ୍ୟା ପିଛା ଛାଡ଼ିବ ନାହିଁ। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍‌ଭାବ ଅନୁଭବ କରିପାରନ୍ତି। କିନ୍ତୁ ଏହାସାଙ୍ଗୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।

ତୁଳା: ବହୁତ ଦିନରୁ ପାଇବାକୁ ଆଶା ରଖିଥିବା ପ୍ରାପ୍ୟ ନ ପାଇ ନିରାଶ ହୋଇପାରନ୍ତି। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ନିର୍ମାଣ ଶିଳ୍ପ, ବ୍ୟବସାୟ ଓ ପରିବହନରେ ସୁଫଳ ମିଳିବ।

ବିଛା: ସାମୟିକଭାବରେ ଅତୀତ ଘଟଣା କିମ୍ବା ବିଭିନ୍ନ ସମସ୍ୟା ସକାଶେ ମନ ଭାରାକାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହ ସମ୍ଭାବନା ରହିଛି। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା ଓ ସାମ୍ବାଦିକତାରେ ଉନ୍ନତି କରିବେ।

ଧନୁ: ପାରିବାରିକ କ୍ଷେତ୍ର, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା ରହିଛି।

ମକର: ବିଶୃଙ୍ଖଳିତ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରରେ ସ୍ଥିରତା ଆସିବା ଅନୁମେୟ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ପାଇବେ। ଧନିଷ୍ଠା ନକ୍ଷତ୍ର କାରଣ ନ ଥାଇ ମଧ୍ୟ ଦୋଷୀ ସାବସ୍ତ୍ୟ ହେବେ। ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।

କୁମ୍ଭ: ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।

ମୀନ: କିନ୍ତୁ ଉତ୍ତରଭାଦ୍ରପଦ ନକ୍ଷତ୍ର ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ ଏବଂ ଜମିଜମା କାରବାରରେ ସଫଳତା ହାସଲ କରିବେ। ଆଜିର ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login