The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୬-୦୫-୨୦୨୩ ରିଖ ଶନିବାର)

Facebook
Twitter
LinkedIn

ମେଷ: ମୁଖାଧିପତି ମଙ୍ଗଳ ଯୁକ୍ତ କାରଣରୁ କଥା କହିବାରେ କଠୋରତା ହେତୁ କଳହ ଲାଗିପାରେ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତାରେ ବିଚଳିତ ରହିପାରନ୍ତି ।

ବୃଷ: ଦ୍ୱାଦଶସ୍ଥ ପାପଗ୍ରହ ହେତୁ କଚେରି ମାମଲାରେ ଅର୍ଥଦଣ୍ଡରେ ଦଣ୍ଡିତ ହେବାର ଦୁର୍ଯୋଗ କେବଳ ମୃଗଶିରା ପାଇଁ ହୋଇପାରେ, ଯଦି କୁଣ୍ଡଳୀରେ ଭଲ ସମୟ ଚାଲି ନ ଥାଏ। ପରିସ୍ଥିତିର ମୁକାବିଲା କଲେ କେତେକାଂଶରେ ରକ୍ଷା ମିଳିବ।

ମିଥୁନ: ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି। ଜଣେ ବନ୍ଧୁ ଆର୍ଥିକ ଓ ବାଚନିକ ସାହାଯ୍ୟ କରିବେ। କଳା, ସାହିତ୍ୟରେ ଉନ୍ନତି ସହ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ।

କର୍କଟ: ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାକୁ ନେଇ ପରିବାରରେ ଟଣାଓଟରା ଦେଖାଦେବ। ଖଳଲୋକଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ପ୍ରଶାସନ, ରାଜନୀତି, ଆଇନ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇବେ।

ସି˚ହ: ସ୍ବଗୃହରୁ ଅଷ୍ଟମସ୍ଥ ମଙ୍ଗଳ ହେତୁ ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବହାରିକ ରୁକ୍ଷତାଜନିତ କୌଣସି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଅଗ୍ରଗତି ଘଟିବ।

କନ୍ୟା: ଅଟକି ରହିଯାଇଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସହ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆତ୍ମତୃପ୍ତି ପାଇବେ।

ତୁଳା: ସପ୍ତମସ୍ଥ ଏକାଧିକଗ୍ରହଙ୍କ ଅବସ୍ଥିତି ସହଧର୍ମିଣୀଙ୍କ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟରେ ପୂର୍ଣ୍ଣ ସନ୍ତୋଷ ଆସି ନ ପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦିନଟି ଶୁଭଙ୍କରୀ ନୁହେଁ। ସ୍ବାତୀ ନକ୍ଷତ୍ରର ଆଜି ଖୁସିର ଆସର ଜମିପାରେ।

ବିଛା: ନିଜର ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ବିଶାଖା ଜନ୍ମ ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।

ଧନୁ: ରାହୁ ନକ୍ଷତ୍ରସ୍ଥ ଶନିଙ୍କ ହେତୁ ମୂଳା ନକ୍ଷତ୍ର ଅସଫଳତାକୁ କେନ୍ଦ୍ରକରି ନିଜ ଲୋକଙ୍କୁ ସନ୍ଦେହ କରିବେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପାରିବାରିକ ସମସ୍ୟା ସମାଧାନପୂର୍ବକ ହସଖୁସିରେ ସମୟ କଟାଇବେ।

ମକର: ବନ୍ଧୁ ପରିଜନଙ୍କ ସହ ଭ୍ରମଣ ଓ ଦେବଦର୍ଶନର ସୁଯୋଗ ମିଳିବ। ବିଫଳ ଆଲୋଚନା ଓ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ମଧ୍ୟ ବିଚଳିତ ହୋଇପାରନ୍ତି। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବାର ସୂଚନା ରହିଛି।

କୁମ୍ଭ: ସାମାଜିକ ସ୍ତରରେ କୃତି ଓ କୃତିତ୍ୱ କାରଣରୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡି ଚାଲନ୍ତୁ ନିଶ୍ଚିତ ସଫଳତା ପାଇବେ।

ମୀନ: ସାମୟିକ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login