The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୬-୦୩-୨୦୨୩ ରିଖ ଗୁରୁବାର)

ଆଜି ଆପଣଙ୍କ ରାଶିରେ (ତା.୦୬-୦୩-୨୦୨୩ ରିଖ ଗୁରୁବାର)
Facebook
Twitter
LinkedIn

ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ପରୋପକାର ଦ୍ୱାରା ଦିନଟି ଭଲରେ କଟିବ ।
ବୃଷ: ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ । ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ଦେହ ସହିତ ମନ ଭଲ ରହିବ ।
ମିଥୁନ: ଆପଣଙ୍କର ଆର୍ଥୀକ ସ୍ଥିତି ସୁଦୃଢ଼ ରହିବ । ନିତିଦିନିଆ କାମ ସହଜରେ ପୂରା ହୋଇଯିବ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ । କଠିନ ପରିଶ୍ରମ ଦ୍ୱାରା ଶୁଭ ଫଳପ୍ରାପ୍ତି ହେବ ।
କର୍କଟ: କାର‌୍ୟ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ ।
ସିଂହ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ । ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ । ମନ ଦେଇ କାର‌୍ୟ୍ୟ କଲେ ସଫଳତା ହାସଲ କରିବେ ।
କନ୍ୟା: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ । ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ଘରୋଇ ଦାୟିତ୍ବ ନେଇ ପରିବାର ଲୋକଙ୍କ ସହ କଥା ହେବେ ।
ତୁଳା: ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ବିଛା: ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ଅଚାନକ ଧନଲାଭ ଯୋଗ ରହିଛି ।
ଧନୁ: ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ମାନ ସମ୍ମାନ ପାଇବେ । କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି। ପରୋପକାରରେ ମନ ବଳାଇବେ ।
ମକର: ଆପଣଙ୍କ ବ୍ୟବହାର ଦ୍ୱାରା ଲୋକମାନେ ପ୍ରଭାବିତ ହେବେ । ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ । କର୍ମ କ୍ଷେତ୍ରରେ ସାଙ୍ଗମାନଙ୍କ ସହଯୋଗ ମିଳିବ ।
କୁମ୍ଭ: ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ ।
ମୀନ: ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ । ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ । ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ। ଉତ୍ତମ ବ୍ୟବହାର ଦ୍ୱାରା ହସ ଖୁସିରେ ଦିନ କଟିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login