The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୩-୦୫-୨୦୨୩ ରିଖ ବୁଧବାର)

Facebook
Twitter
LinkedIn

ମେଷ: ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି ।

ବୃଷ: ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଭୁଲ୍‌ ବୁଝାମଣା ଯୋଗୁ ସାଧାରଣ ଘଟଣାକୁ ଦୁର୍ଘଟଣା ମନେକରିବେ ଓ ଚିନ୍ତିତ ରହିବେ ।

ମିଥୁନ: କାର୍ଯ୍ୟସିଦ୍ଧି ସକାଶେ ଚନ୍ଦ୍ରଙ୍କ କେନ୍ଦ୍ରସଂସ୍ଥାନ ସାହାଯ୍ୟ କରିବ । ଖୋଜୁଥିବା ଜିନିଷ, ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ସହଜରେ ପାଇଯିବେ । ମନୋରଞ୍ଜନ ପ୍ରୀତିପ୍ରଦ ହେବ ଓ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ । କଳା, ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ।

କର୍କଟ: ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ କୌଣସି ନୂତନ କର୍ମାରମ୍ଭର ଯୋଜନା ମଧ୍ୟ କରିବେ। ଗୃହୋପଯୋଗୀ ଜମିଜମା ସମ୍ପର୍କିତ କଥାରେ ଅଗ୍ରଗତି ଘଟିବ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବାର ସୁଯୋଗ ପ୍ରାପ୍ତି ହେବ।

ସି˚ହ: ପାରିବାରିକ ସ୍ତରରେ କିଛି ନା କିଛି ଅସୁବିଧା ସୃଷ୍ଟି ହୋଇପାରେ । ଉତ୍ତରା-ଫାଲଗୁନୀ ନକ୍ଷତ୍ରର ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ଏଜେନ୍ସିପରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି

କନ୍ୟା: ଆର୍ଥିକ ଅନଟନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ । ନିକଟ ସମ୍ପର୍କୀୟମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଭଲ ଓ ମନ୍ଦ ମଧ୍ୟରେ ପାରିବାରିିକ ସଦ୍ଭାବ ପ୍ରାୟତଃ ଅକ୍ଷୁଣ୍ଣ ରହିବ ।

ତୁଳା: ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ସରକାରୀ ସ୍ତରରେ କୌଣସି ଖବର ପାଇ ବହୁତ ଖୁସି ହୋଇଯିବେ। ସାମାଜିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ ।

ବିଛା: ବାରମ୍ବାର ବିଫଳତା ପରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ଅନୁରାଧା ନକ୍ଷତ୍ର ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଅନ୍ୟମନସ୍କତା କିମ୍ବା ଅସାବଧାନ ହେତୁ ସାମୟିକ ଯାତ୍ରାରେ ଅସୁବିଧା ଘଟିପାରେ ।

ଧନୁ: ବିଭିନ୍ନ ପ୍ରକାରର ସମସ୍ୟା ରହିଥିବା କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ଉପୁଜିପାରେ । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି ।

ମକର: କ୍ରନିକ୍‌ ରୋଗରେ ପୀଡ଼ା ବୃଦ୍ଧି ଘଟିବାର ଆଶଙ୍କା ରହିଛି। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଭ୍ରାତୃ ସମ୍ପର୍କ ହାନି ଘଟିପାରେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପରକ୍ଷଣରେ ଅନୁତପ୍ତ ହେବେ ।

କୁମ୍ଭ: ଅବଶ୍ୟ ସଭା ସମିତି,ବନ୍ଧୁ ଗହଣରେ ପ୍ରଶଂସିତ ହେବେ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି । ଶିଳ୍ପ ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ ।

ମୀନ: ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପରିବହନ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଭୁଲ୍‌ ବୁଝାମଣା ଜନିତ ମତଭେଦ କାରଣରୁ ସାଧାରଣ କଥାରେ ବେଶି ବିବ୍ରତ ଅନୁଭବ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login