The Ultimate Managed Hosting Platform
ADVERTISEMENT

ଆଜି ଆଡପ ମଣ୍ଡପ ବିଜେ

Facebook
Twitter
LinkedIn

ପୁରୀ : ଆଜି ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର । ସନ୍ଧ୍ୟା ଯାଏଁ ରଥ ଉପରେ ଦର୍ଶନ ଦେବେ ଶ୍ରୀଜିଉ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କ ପାଇଁ ବାହାରବି ଆଡପ ଅବଢା । ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ କମ୍ପୁଛି ଗଗନ ପବନ। ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଆଜି ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡ଼ପ ମଣ୍ଡପକୁ ବିଜେ କରିବେ।
ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ଭକ୍ତଙ୍କୁ ମିଳିବ ଆଡପ ଅବଢ଼ା । ଏଥର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ଏସି ଲାଗିଛି। ସେହିପରି ଠାକୁରଙ୍କ ପହଣ୍ଡି ରାସ୍ତାରେ ଖଣ୍ଡେଲାଇଟ୍ ପଥର ପକାଯାଇଛି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତି ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login