ନୂଆଦିଲ୍ଲୀ : ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୩.୫୭ ଟା ବେଳେ ଏହା ଦେଖିବାକୁ ମିଳିବ । ଖବର ମୁତାବକ, ଆମେରିକା ଲୋକ ଆକାଶରେ କଳା ଜହ୍ନ ୩୦ ଡିସେମ୍ବର ସନ୍ଧ୍ୟା ୫.୨୭ ମିନିଟରେ ଦେଖିବାକୁ ମିଳିବ । ସେହିପରି ୟୁରୋପ, ଆଫ୍ରିକା ଏବଂ ଏସିଆର ଲୋକ ଏହାକୁ ୩୧ ଡିସେମ୍ବରକୁ ଦେଖିପାରିବେ । ଭାରତର ଲୋକ ଏହାକୁ ୩୧ ଡିସେମ୍ବର ସକାଳ ୩.୫୭ ମିନିଟରେ ଦେଖିବେ ।ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ନୀଳ ଜହ୍ନ ଭଳି କଳା ଜହ୍ନ ମଧ୍ୟ ଦୁଲର୍ଭ ଘଟଣା ବୋଲି ଜଣାଯାଇଛି ।
Views: 51