ଭୁବନେଶ୍ୱର : ଆଜିଠୁ +୨ ଖାତା ଦେଖା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ +୨ ପରୀକ୍ଷା ଖାତା ଆଜିଠୁ ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେବ। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଉଭୟ ଅନ୍ଲାଇନ ଓ ଅଫ୍ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍ଲାଇନରେ ହେବ। ସମୁଦାୟ ୬୯ଟି ଜୋନ୍ରେ ଅଫ୍ଲାଇନ ମୂଲ୍ୟାୟନ ଓ ୪୧ଟି ଜୋନ୍ରେ ଅନ୍ଲାଇନ୍ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଦୁଇଟି ପର୍ୟ୍ୟାୟରେ ଖାତାଦେଖା ହେବ।
Views: 78