ଭୁବନେଶ୍ବର: ଆଜିଠୁ ଅର୍ଥାତ ବୁଧବାରଠାରୁ ଆହୁରି ଜଳିବ ଓଡ଼ିଶା । ସାରା ରାଜ୍ୟରେ ବଢିବ ତାପମାତ୍ରା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ପାର୍ କରିପାରେ ତାତି । ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ଖରା ୪୦ ଡିଗ୍ରୀ ବା ତାଠୁ ଅଧିକ ରହିପାରେ। ଏଥିପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଦିନ ସହ ଅସମ୍ଭାଳ କରିବ ରାତିର ତାତି। ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଲିଠୁ ୪ ତାରିଖ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ନେଇ ଆଲର୍ଟ ଜାରି କରାଯାଇଛି ।
Views: 89