The Ultimate Managed Hosting Platform
ADVERTISEMENT

ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ

Facebook
Twitter
LinkedIn

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ କାର୍ୟ୍ୟରେ ସାମିଲ ହେଉଛନ୍ତି । ଏଥିପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ଯୋଗ ଦେଇ ସାରିଛନ୍ତି। ୧୫ଦିନ ମଧ୍ୟରେ ଏହି ମୂଲ୍ୟାୟନ କାର୍ୟ୍ୟ ଶେଷ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି ।ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ୟ୍ୟନ୍ତ ୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା । ୫ ଲକ୍ଷ ୩୨ ହଜାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ, ୨୦୯୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ଓ ୭୧୮୧ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ପକ୍ଷରୁ କରାଯାଇଛି । ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login