ପୁରୀ : ଆଜିଠୁ ବୁଲିବ ଜଗନ୍ନାଥ ରଥ । ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ଠାରୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ।
ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ । ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ୟ୍ୟ ଆରମ୍ଭ ହେବ । ଏହା ରାଜ୍ୟରେ ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରାଯିବ। ଆଜି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ।
Views: 90











