The Ultimate Managed Hosting Platform
ADVERTISEMENT

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା, ୨୪ ଯାଏଁ ଚାଲିବ

Facebook
Twitter
LinkedIn

ଢେଙ୍କାନାଳ : ଆଜିଠୁ ଢେଙ୍କାନାଳର ବିଶ୍ଚ ପ୍ରସିଦ୍ଧ ଯୋରନ୍ଦା ମେଳା। ସନ୍ଧ୍ୟା ୫ଟା ୫ରେ ଗାଦି ମନ୍ଦିରରେ ଝାଡ଼ରେ ଅଗ୍ନି ସଂଯୋଗ ହେବ। ଆଜିଠୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ ମେଳା ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଦେଶବିଦେଶରୁ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମାଘ ମେଳାରେ । ବିଶ୍ବର ମଙ୍ଗଳ ପାଇଁ ମହଣ, ମହଣ ଘିଅରେ ପ୍ରଜ୍ବଳିତ ହେବ ଝାଡ଼ ଦ୍ବୀପ। ମାଘମେଳା ପାଇଁ ବକ୍କଳଧାରୀ ସନ୍ନ୍ୟାସୀ ସମାଜ ଏବଂ କୌପୁନୀଧାରୀ ସନ୍ନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକୁ ରଙ୍ଗ କରାଯାଇଛି। ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧ୍ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ। ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥୁରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ । ବକ୍କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବକ୍କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ। ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login