The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜିଠୁ ବିଧାନସଭା ଅଧିବେଶନ, ସୁରକ୍ଷାରେ ୩୦ ପ୍ଲାଟୁନ ଫୋର୍ସ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ବିଧାନସଭାର ମୈାସୁମୀ ଅଧିବେଶନ । ୨୫ ତାରିଖ ଯାଏଁ ଚାଲିବ, ରହିଛି ୭ଟି କାର୍ଯ୍ୟଦିବସ । ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାର ପ୍ରସଙ୍ଗରେ ଘେରିପାରନ୍ତି ବିରୋଧି । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ମହିଳା ନିର୍ୟାତନା ମାମଲା, ସାର ଅଭାବ, ଓଟିଇଟି ପ୍ରଶ୍ନପତ୍ର ଲିକ୍, ବାହାର ରାଜ୍ୟକୁ ବଡ ବଡ ଶିଳ୍ପ ଚାଲିଯିବା, ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଆଦି ପ୍ରସଙ୍ଗ ଉଠାଇବାକୁ ବିଜେଡି ରଣନୀତି କରିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ଅଧିବେଶନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ମହିଳା ନିର୍ୟାତନା , ସାର ଅଭାବ ଆଦିକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ । ସେହିପରି ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ। ବିଧାନସଭା ସୁରକ୍ଷା ୩୦ ପ୍ଲାଟୁନ ଫୋର୍ସ ଓ ପ୍ରାୟ ୧୫୦ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ବିଧାନସଭା । ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଦାୟିତ୍ବରେ ଅଛନ୍ତି ୧୫୦ ଅଧିକାରୀ । ବୋମା ନିଷ୍କ୍ରିୟକାରି ଦଳ, ଡଗ ସ୍କ୍ୱାର୍ଡ ଓ ଅଗ୍ନିଶମ ଟିମ୍ ମଧ୍ୟ ମୁତୟନ ରହିବେ । ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଡ୍ରୋନ । ବିଧାନସଭା ଚାରିପଟେ ବୁଲିବ ଆଣ୍ଟି କମ୍ବାଟ ଭେଇକିଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login