The Ultimate Managed Hosting Platform
ADVERTISEMENT

ଆଜିଠୁ ବାଲିଯାତ୍ରା ପ୍ଲଟ ଆବେଦନ, ଜଣେ ସର୍ବାଧିକ ୩ଟି ପ୍ଲଟ ଆବେଦନ କରିପାରିବେ

Facebook
Twitter
LinkedIn

କଟକ : କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ । ୨୬ ଅକ୍ଟୋବର ୯ ମଧ୍ୟରେ ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର । ବାରବାଟୀ ପ୍ୟାଲେସରୁ ସଂଗ୍ରହ ଓ ଦାଖଲ କରିପାରିବେ ଆବେଦନପତ୍ର । ଜଣେ ବ୍ୟକ୍ତି ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଂ ଆବେଦନ କରିପାରିବେ । ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା । ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ । ଚଳିତ ବର୍ଷ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତଳ ପଡ଼ିଆର ୬୦ ଏକର ପରିମିତ ଜାଗାରେ ବ୍ୟବସାୟୀଙ୍କ ପାଇଁ ୧୬୭୦ ଟି ଷ୍ଟଲ ନିର୍ମାଣ ହେଉଛି। ଏହି ସମସ୍ତ ଷ୍ଟଲ ନିଲାମ ହେବ। ଏହା ବ୍ୟତୀତ ଓରମାସ ଏବଂ ଅନ୍ୟାନ୍ୟ ସରକାରୀ ଷ୍ଟଲ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login