କଟକ : ପାଖେଇ ଆସୁଛି ବାଲିଯାତ୍ରା । ଏବେଠୁ ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ଚାଲିବ । ଆଜି ଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ କରାଯାଇଛି। ୧୦ ଟି ସ୍ଥାନରେ ଚାଲିଛି ପ୍ଲଟ ନିଲାମ ପ୍ରକ୍ରିୟା। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସଠାରେ ତିନୋଟି ଟିମ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଦୁଇଟି ଟିମ। ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ଟି ପ୍ଲଟ ପାଇଁ କରିଛନ୍ତି ପଞ୍ଜିକରଣ।
Views: 94











